ଢେଙ୍କାନାଳ : ଜନ୍ମମାଟିରେ ପହଂଚିଲା ପର୍ବତରାଣୀଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଜନ୍ମମାଟିରେ ପହଂଚିଲା ପର୍ବତରାଣୀଙ୍କ ପାର୍ଥିବ ଶରୀର । ଆଜି ସକାଳରେ କଳ୍ପନାଙ୍କ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ନିଆଯାଇଥିଲା। ଏଠାରେ କ୍ରୀଡ଼ା ମନ୍ତ୍ରୀ ଏବଂ ସଚିବଙ୍କ ସମେତ ଅନେକ ଅଧିକାରୀ କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ। ଏହା ପରେ କଳ୍ପନା ଦାଶଙ୍କ ମର ଶରୀରକୁ ଢେଙ୍କାନାଳ ପୈତୃକ ଗାଁକୁ ନିଆଯାଇଛି । ଏବେ ଢେଙ୍କାନାଳରୁ ପୁରୀ ଅଭିମୁଖେ କଳ୍ପନା ଦାଶଙ୍କ ମର ଶରୀର ।

ଶୁକ୍ରବାର ଦିନ କାଠମାଣ୍ଡୁରେ କଳ୍ପନାଙ୍କ ପୋଷ୍ଟମର୍ଟମ କରାଯାଇଥିଲା। କଳ୍ପନାଙ୍କ ମୃତଦେହ ବରଫ ତଳୁ ଉଦ୍ଧାରକାରୀ ଟିମ୍ ‘ସାର୍ପୋ’ ଠାବ କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା । ବେସ୍କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯାଇଥିଲା । ସେଠାରୁ ଭୁବନେଶ୍ୱର ଅଣାଯାଉଛି । ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.