ସୁଷମାଙ୍କ ରାସ୍ତାରେ ଜୟଶଙ୍କର, ଟୁଇଟରରେ ସାହାଯ୍ୟ ମାଗିଥିବା ମହିଳାଙ୍କୁ ଏପରି ଦେଲେ ଜବାବ

ସୁଷମାଙ୍କ ରାସ୍ତାରେ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ । ବିଶ୍ୱର ଯେଉଁ କୋଣରେ ଭାରତୀୟ ଥାଆନ୍ତୁ ନା କାହିଁକି ସାହାଯ୍ୟ ପାଇଁ ସର୍ବଦା ଆଗଭର ସୁପର ଓ୍ଵିମନ୍‌ ସୁଷମା । ଟ୍ଵିଟରରେ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ସମାଧାନ କରୁଥିବାରୁ ବେଶ୍‌ ଲୋକପ୍ରିୟ ଥିଲେ ସୁଷମା । ଏବେ ସୁଷମାଙ୍କ ରାସ୍ତାରେ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଯାହାର ଉଦାହରଣ ଗତକାଲି ଦେଖିବାକୁ ମିଳିଛି । ସୁଷମାଙ୍କ ଭଳି ଜୟଶଙ୍କର ମଧ୍ୟ ଟ୍ୱିଟର ଜରିଆରେ ଅଭିଯୋଗର ସମାଧାନ କରିବା ଆରମ୍ଭ କରିଦେଇଛନ୍ତି ।

ଜଣେ ମହିଳା ଉଭୟ ଜୟଶଙ୍କର ଏବଂ ସ୍ମୃତି ଇରାନୀଙ୍କୁ ଟୁଇଟ୍‌ ଯୋଗେ ଅଭିଯୋଗ କରିଥିଲେ । କହିଥିଲେ ତାଙ୍କ ଝିଅ ଆମେରିକାରେ ରହୁଥିବା ବେଳେ ସେ ରୁହନ୍ତି ଭାରତରେ । ଝିଅଙ୍କ ସହ ୬ମାସ ହେଲା କୌଣସୀ ସଂପର୍କ କରିପାରୁ ନାହାନ୍ତି । ଆଉ ଏଥିପାଇଁ ସେ ସାହାଯ୍ୟ ପ୍ରାର୍ଥନା କରିଥିଲେ । ଏହି ଟ୍ୱିଟ ପାଇବା ପରେ ଜୟଶଙ୍କର ତୁରନ୍ତ ମହିଳାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆମେରିକାରେ ଅବସ୍ଥିତ ଭାରତୀୟ ଦୂତାବାସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିବା ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.