Below header

ସ୍କୁଲର ଋଣ ଭାର ସୁଝିବା ପାଇଁ ଶପଥ ନେଲେ ଦୁଇ ଭଉଣୀ, ଲଗାଇଲେ ଲେମ୍ବୁ ପାଣିର ଷ୍ଟଲ

ୱସିଂଟନ : ଉତ୍ତର କାରୋଲିନାର ରହୁଥିବା ୧୩ ବର୍ଷର ହେଲି ଓ ୧୧ ବର୍ଷର ହନ୍ନା ହଗର ନାମକ ଦୁଇ ଭଉଣୀଙ୍କ କଥା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର କାରଣ ହେଉଛି ଉଭୟ ସ୍କୁଲର ୪୧ ହଜାର ଡଲାର (ଭାରତୀୟ ମୁଦ୍ରା ୨୮ଲକ୍ଷ)କରଜ ସୁଝିବା ପାଇଁ ଲେମ୍ବୁ ପାଣିର ଷ୍ଟଲ କରିଛନ୍ତି ।ତାଙ୍କର  ଏହି ଲେମ୍ବୁ ଷ୍ଟଲ କେବଳ ସେମାନଙ୍କ ଋଣ ସୁଝିବା ପାଇଁ କରିନାହାନ୍ତି  ବରଂ ଜିଲ୍ଲାର ସେହି ସବୁ ସ୍କୁଲର ଋଣ ସୁଝିବା ପାଇଁ କରିଛନ୍ତି ଯେଉଁ ସ୍କୁଲ ପିଲା ମାନଙ୍କୁ ଖାଇବାକୁ ଦେଇ ସରକାରଙ୍କ ଠାରୁ ଋଣୀ ହୋଇଛି ।

ପ୍ରଥମରୁ ଜେଜେଙ୍କ ପାଇଁ ଟଙ୍କା ସଂଗ୍ରହ କରିବାକୁ ଚାହୁଁଥିଲେ 

ହେଲି ଓ ହନ୍ନାଙ୍କ ମା ଏସ୍ନୀ ହଗର କହିଛନ୍ତି ଦୁଇ ଭଉଣି ପ୍ରଥମେ ନିଜ ଜେଜେଙ୍କ ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ସଂଗ୍ରହ କରିବାକୁ ଚାହୁଁଥିଲେ ।କିନ୍ତୁ ସେତେବେଳେ ତାଙ୍କୁ ଜଣା ପଡିଥିଲା ଜିଲ୍ଲାର ଅନେକ ସ୍କୁଲ ସରକାରଙ୍କ ଠାରୁ ୨୮ ଲକ୍ଷ ଟଙ୍କା କରଜ କରିଛନ୍ତି । ଏହା ପରେ ଦୁଇ ଭଉଣୀ ଏହି ସବୁ ସ୍କୁଲର କରଜ ସୁଝିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର କହିବା କଥା ହେଲା ହନ୍ନାଙ୍କ ସାଉଥଉଡ଼ ଏଲିମେଣ୍ଟ୍ରୀ ସ୍କୁଲ ଉପରେ ସରକାରଙ୍କ ୨ ଲକ୍ଷ ଟଙ୍କା କରଜ ରହିଛି । ସ୍କୁଲକୁ ଏହି ରକମ କାଫେଟୋରିଆ ଚାର୍ଜ ରୂପରେ ସିଝିବାକୁ ପଡିବ ।

ପୁରା ଜିଲ୍ଲାବ୍ୟାପି ସ୍କୁଲର କରଜ ୨୮ ଲକ୍ଷ ଟଙ୍କା

ଜିଲ୍ଲାର ସ୍କୁଲ କଥା ଦେଖିବାକୁ ଗଲେ ପୁରା ୨୮ ଲକ୍ଷ ଟଙ୍କାର ଋଣ ଭାର ରହିଛି । ଏସ୍ନୀଙ୍କ କହିବା କଥା ହେଲା ନିଜ ଛୁଆଙ୍କ ପେଟକୁ ଗଣ୍ଡେ ଖାଇବା ଦେବାକୁ ଯାଇ ହନ୍ନାଙ୍କ  ସ୍କୁଲ  ସରକାରଙ୍କ ପାଖରେ କରଜ ହୋଇଯାଇଛି। ଛୁଆଙ୍କ ପାଖରେ ଖାଦ୍ୟ ଖାଇବା ପାଇଁ ପିଇସା ନାହିଁ । ସ୍କୁଲରେ ତାଙ୍କୁ ଖାଇବାତ ଦେଲେ ହେଲେ ଏହି ପ୍ରକୀୟାରେ ସ୍କୁଲ ଉପରେ ବହୁତ ବଡ ରକମ ଋଣ ଭାର ହୋଇଗଲା ।

ଫେସବୁକରେ ମଧ୍ୟ କରାଯାଉଛି ପ୍ରଚାର

ଏସ୍ନୀ କହିଛନ୍ତି ଯେ, କେବେ ଏହି ଲେମ୍ବୁଷ୍ଟଲରୁ କରଜର ଅର୍ଥ ପରିଶୋଧ ହେବ ତାହା ଜଣା ନାହିଁ । ତେଣୁ ଫେସବୁକ ମାଧ୍ୟମରେ ଏହି ବର୍ତ୍ତାକୁ ସର୍ବଜନୀନ କରିବା ପରେ ଏବେ ଲୋକମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । କେହି କେହି କପ୍ ଦାନ କରଛନ୍ତି ତ କୋହି ଅନ୍ୟ ସାମଗ୍ରୀ ଦାନ କରୁଛନ୍ତି । ଲେମ୍ବୁପାଣି ଷ୍ଟଲରେ ମଧ୍ୟ ସେମାନେ ସ୍ନାକ୍ସ ସାମଗ୍ରୀ  ବିକ୍ରୀ କରୁଛନ୍ତି ଯେଉଁଥିରୁ ଅଧିକରୁ ଅଧିକ ଟଙ୍କା ଯୋଗାଡ ହୋଇପାରିବ ।

ଶିଶୁମାନଙ୍କ ପିଇଁ ଋଣ କରିବା କିଛି ଲଜ୍ଜା ଜନକ କଥା ନୁହେଁ : ପ୍ରିନ୍ସିପାଲ

ସାଉଥଉଡ଼ ଏଲିମେଣ୍ଟ୍ରୀ ସ୍କୁଲର ପ୍ରିନ୍ସପାଲ କହିଛନ୍ତି ପିଲା ମାନଙ୍କ ପାଇଁ ଋଣ କରିବା କୌଣସି ଲଜ୍ଜାଜନକ କଥା ନୁହେଁ । ତାଙ୍କର କହିବା କଥା ହେଲା ଦୁଇ ଭଉଣୀଙ୍କ ପ୍ରଚେଷ୍ଟା ପାଇଁ ତାଙ୍କୁ ଗର୍ବ ଲାଗୁଛି । ଦୁଇଜଣ ଯାକ ବାସ୍ତବରେ ଅଦ୍ଭୁତ ଅଟନ୍ତି ଓ ସେମାନେ ସମାଜ ପାଇଁ ବଡ କାମ କରୁଛନ୍ତି ତେଣୁ ଆଗାମୀ ଦିନରେ ଏମାନେ ଖୁବ ପ୍ରସିଦ୍ଧି ଲାଭ କରିବେ ବୋଲି ପ୍ରିନ୍ସିପାଲ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.