ୟୁକ୍ରେନ୍କୁ ଫାଇଟର ବିମାନ ପଠାଇବା ଲାଗି ନାଟୋକୁ ମଞ୍ଜୁରୀ ଦେଲା ଆମେରିକା, କିନ୍ତୁ ରାଜି ହେଉନାହାନ୍ତି କୌଣସି ଦେଶ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଆଲୋଚନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଇତି ମଧ୍ୟରେ ୩ ଥର କଥାବାର୍ତ୍ତା ହୋଇସାରିଲାଣି। କିନ୍ତୁ ଏବେ ଯାଏଁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଅନ୍ୟପଟେ ରୁଷ ଧମକ ଦେଇଥିଲା ଯେ ଯଦି କେହି ୟୁକ୍ରେନ୍ର ସାହାଯ୍ୟ କରିବ ତେବେ ତାକୁ ବି ଯୁଦ୍ଧରେ ସାମିଲ ଅଛି ବୋଲି ଧରାଯିବ। ଯୁଦ୍ଧ ଯୋଗୁ ଆମେରିକା ରୁଷ ଉପରେ ଅନେକ ପ୍ରତିବନ୍ଧକ ବି ଲଗାଇଛି। ତେବେ ଇତି ମଧ୍ୟରେ ନାଟୋ ଦେଶକୁ ୟୁକ୍ରେନ୍କୁ ଫାଇଟର ଜେଟ୍ ଦେବା ପାଇଁ ମଞ୍ଜୁରୀ ଦେଇଛି ଆମେରିକା। କିନ୍ତୁ ଏବେ ଯାଏଁ କୌଣସି ଦେଶ ୟୁକ୍ରେନ୍କୁ ଯୁଦ୍ଧ ବିମାନ ଦେବାକୁ ଆଗକୁ ଆସିନାହାନ୍ତି।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଆମେରିକା ଓ ୟୁରୋପୀୟ ଦେଶକୁ କିଭ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ୟୁକ୍ରେନ୍ ସେନାକୁ ଫାଇଟର ଜେଟ୍ ଦେଇ ସାହାଯ୍ୟ କରନ୍ତୁ। ରିପୋର୍ଟ ମୁତାବକ,ପୋଲାଣ୍ଡ ୟୁକ୍ରେନ୍କୁ ସାହାଯ୍ୟ କରିବାକୁ ମିଗ୍-୨୯ଏସ୍ ପଠାଇବାକୁ ଚାହୁଁଥିଲା। କିନ୍ତୁ ପରେ ସେ ଏଥିପାଇଁ ମନା କରିଦେଲା। ପୋଲାଣ୍ଡ ବ୍ୟତୀତ ଅନ୍ୟ ନାଟୋ ଦେଶ ମଧ୍ୟ ଏହି ମାମଲାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ନଥିବା ଜଣାଯାଇଛି।
Day 12 of Russia’s full-on invasion of Ukraine. Where’s President Zelensky?
“I’m staying in Kyiv. In my office. I’m not hiding. And I’m not afraid of anyone.”
The comic turned president has truly become a wartime leader. pic.twitter.com/dKbzYWwpbo
— Christopher Miller (@ChristopherJM) March 7, 2022
ସୂଚନାଯୋଗ୍ୟ ଯେ ରୁଷ ସୈନ୍ୟ ଶକ୍ତି ଆଗରେ ୟୁକ୍ରେନ୍ ସେନା କିଛି ବି ନୁହେଁ କହିଲେ ଚଳେ। ରୁଷର ବାୟୁସେନା ବହୁତ ଶକ୍ତିଶାଳୀ। ୟୁକ୍ରେନ୍ ପାଖରେ ମୋଟ୍ ୬୭ଟି ଫାଇଟର ଜେଟ୍ ଓ ୩୪ ଆଟାକ୍ ହେଲିକପ୍ଟର ଥିବା ବେଳେ ରୁଷ ପାଖରେ ୧୫୦୦ ଫାଇଟର ଏୟାରକ୍ରାଫ୍ଟ ଓ ୫୩୮ ହେଲିକପ୍ଟର ରହିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ପୋଲାଣ୍ଡ ୟୁକ୍ରେନ୍କୁ ଫାଇଟର ଜେଟ୍ ଦେଉଛି, ତେବେ ତାହାକୁ ପୋଲାଣ୍ଡର ପାଇଲଟ୍ ଉଡ଼ାଇବେ ନା ୟୁକ୍ରେନ୍ର? ଉଭୟ ସ୍ଥିତିରେ ପୋଲାଣ୍ଡକୁ ସିଧାସଳଖ ଯୁଦ୍ଧରେ ସାମିଲ ହୋଇଥିବା ଧରାଯିବ।