ହଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବେ ଆଲିଆ, ‘ହାର୍ଟ ଅଫ ଷ୍ଟୋନ’ରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ ଡେବ୍ୟୁ କରିସାରିଛନ୍ତି। ହଲିଉଡ ଫିଲ୍ମରେ କାମ କରି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଏବେ ଏହି ଲିଷ୍ଟରେ ଆଉ ଜଣେ ଅଭିନେତ୍ରୀ ଯୋଡି ହେବାକୁ ଯାଉଛନ୍ତି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଲିଆ ଭଟ୍ଟ ‘ହାର୍ଟ ଅଫ ଷ୍ଟୋନ’ ଫିଲ୍ମରେ ଗଲ୍ ଗାଡୋଟ ସହିତ କାମ କରିବେ। ଟମ ହାର୍ପରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ।
ତରଣ ଆଦର୍ଶ ଆଲିଆ ଭଟ୍ଟଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଆଲିଆ ଭଟ୍ଟ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗାଲ ଗାଡୋଟ୍ଙ୍କ ନେଟଫ୍ଲିକ୍ସ ଫିଲ୍ମରେ ଜଏନ କରିବେ। ଯାହା ଏକ ଇଣ୍ଟରନ୍ୟାସନାଲ ସ୍ପାଏ ଥ୍ରୀଲର ଫିଲ୍ମ। ହାର୍ଟ ଅଫ୍ ଷ୍ଟୋନକୁ ଟମ ହାର୍ପର ନିର୍ଦ୍ଦେଶନା ଦେବେ। କିଛିଦିନ ପୂର୍ବରୁ ନେଟଫ୍ଲିକ୍ସ ଅଧିକାରକ ଇନଷ୍ଟାଗ ଆକାଉଣ୍ଟରେ ଫିଲ୍ମର ସୁଟିଂ ସମୟର ଫଟୋ ସେୟାର କରିଥିଲେ। କିନ୍ତୁ ଫିଲ୍ମର କାହାଣୀ କାହା ଉପରେ ରହିବ ତାହା ବିଷୟରେ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ସୂଚନାଯୋଗ୍ୟ, ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ଵାଡି’ ଧମାଲ୍ କରିଥିଲା। ଏହି ଫିଲ୍ମରେ ଆଲିଆଙ୍କ ଦମଦାର ଅଭିନୟ ପାଇଁ ବେଶ୍ ପ୍ରଶଂସା ପାଇଛନ୍ତି। ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଛି। ଏହାବ୍ୟତୀତ ଆଲିଆ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରଣବୀରଙ୍କ ସହିତ ଚଳିତବର୍ଷ ଆଲିଆ ବିବାହ କରିପାରନ୍ତି।