ଏମିତି ଏକ ଗାଁ ଯେଉଁଠି ମହିଳା ମାନେ ପାଳି କରି ଜଗୁଛନ୍ତି ଜଙ୍ଗଲ, କରୁଛନ୍ତି ପରିବେଶ ସୁରକ୍ଷା

କରଞ୍ଜିଆ(କେନ୍ଯୁଜ୍): ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଏହି ଦିବସ । ଆଜି ମହିଳା ସଶକ୍ତ। ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି। କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି। ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ବିପର୍ଯ୍ୟୟ ବିପଦ ପ୍ରସମନ ଏକବିଂଶ ଶତାବ୍ଦୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏ ଦିଗରେ ମଧ୍ୟ ମହିଳା ଆଗଭର ହୋଇ କାମ କରୁଛନ୍ତି।

ଏହି ବିଶ୍ୱ ମହିଳା ଦିବସରେ ଚଳିତବର୍ଷ ପ୍ରସଙ୍ଗ ରହିଛି ମହିଳା ମାନଙ୍କ ପରିବେଶ ସୁରକ୍ଷା । ଏଥର ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଥିମ୍‌। ଆଜି ଏମିତି କିଛି ମହିଳା ମାନଙ୍କ କଥା କହୁଛୁ ଯେଉଁମାନେ କି ପାଠ କମ ପଢ଼ିଛନ୍ତି କିନ୍ତୁ ପରିବେଶ ବିଷୟରେ ବେଶ ଭଲ ଭାବେ ବୁଝିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁ ଗାଁ ନିଜ ଉଦ୍ୟମରେ ଉଜଡ଼ା ଜଙ୍ଗଲ କୁ ସୁରକ୍ଷା ଦେଇ ବଡ଼ ଜଙ୍ଗଲ ତିଆରି କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ପକ୍ଷରୁ ବିଜୁପଟ୍ଟନାୟକ ପୁରସ୍କାର ମିଳିଛି ଏହିଗାଁକୁ। ଏହି ଗାଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

ଜଙ୍ଗଲ ଏତେ ବଡ଼ ହେଇଛି ଯେ ଅଧିକାଂଶ ସମୟରେ ଜଙ୍ଗଲୀ ହାତୀ ଏଠାରେ ରହୁଛନ୍ତି । ଏମିତି ଗାଁ ହେଉଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁ । ଏହି ଗାଁ ର ମହିଳା ମାନେ ପାଳି କରି କରି ଜଙ୍ଗଲ ଜଗୁଛନ୍ତି । ମହିଳାମାନଙ୍କ ପାଇଁ ଏହି ଉଜଡ଼ା ଜଙ୍ଗଲ ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି।