ଶିଖର ଧଓ୍ଵନ ଓ ୟୁଜବେନ୍ଦ୍ର ଚହଲ ‘ବାବୁଜୀ ଜରା ଧୀରେ ଚଲୋ’ ଗୀତରେ କଲେ ଏମିତି ଡ୍ୟାନ୍ସ, ଭିଡିଓ ଭାଇରଲ

ଶିଖର ଧଓ୍ଵନ ଏବେ ମଇଦାନରେ ବେଶ୍‌ କିଛି କମାଲ କରିପାରୁନାହାନ୍ତି ସତ, କିନ୍ତୁ ଇନଷ୍ଟାଗ୍ରାମରେ ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ସହିତ ମନୋରଂଜନ କରୁଛନ୍ତି। ଧଓ୍ଵନ ଏବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୟୁଜବେନ୍ଦ୍ର ଚହଲଙ୍କ ସହିତ ନଜର ଆସିଛନ୍ତି। ଦୁହେଁ ସିଡିରେ ଚାଲୁଥିବା ବେଳେ ‘ବାବୁଜୀ ଜରା ଧୀରେ ଚଲୋ’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ସହିତ ଧଓ୍ଵନ ମେସେଜ ମଧ୍ୟ ଲେଖିଛନ୍ତି।

ଧଓ୍ଵନ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଆମ ଆଖପାଖରେ ସେବା କରୁଥିବା ଲୋକଙ୍କୁ ନିଜ ଜୀବନର ଅଂଶ କରି ଯେଉଁ ଆନନ୍ଦ ମିଳିଥାଏ, ତା’ର ମଜା କିଛି ଅଲଗା। ଆଉ ଏହି ଭିଡିଓ କରି ସେମାନେ ଡ୍ୟାନ୍ସ କରି ଆସୁଥିବା ବେଳେ ସିଡିରେ ଜଣେ ମହିଳା ଠିଆ ହୋଇଥିବା ନଜର ଆସିଛନ୍ତି। ସିଡି ଚଢି ଗୀତ ଗାଈ ଚହଲ ଏବଂ ଧଓ୍ଵନ ଆସୁଥିବା ବେଳେ ସେହି ମହିଳାଙ୍କୁଦେଖି ହସୁଛନ୍ତି, ଆଉ ମହିଳା ଜଣକ ମଧ୍ୟ ହସି ଧଓ୍ଵନଙ୍କୁ କିଛି କହୁଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)


ଧଓ୍ଵନ ନାଚି ନାଚି ଉପରକୁ ଆସିବା ପରେ ସିଡି ପାଖରେ ଭୁବନେଶ୍ୱର କୁମାର ଠିଆ ହୋଇଥିବା ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.