Below header

ଓ୍ଵିକେଟ୍‌ କିପରଙ୍କ ଗ୍ଲୋବ୍ସରେ ଲାଖିଗଲା ବଲ୍‌, ଆଉଟ୍‌ ହେବାରୁ ଅଳ୍ପକେ ବଞ୍ଚିଗଲେ ବ୍ୟାଟ୍ସମ୍ୟାନ୍‌; ଦେଖନ୍ତୁ ମଜାଦାର ଭିଡିଓ

କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅନେକ ଥର ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଘଟେ, ଯାହା ଦର୍ଶକଙ୍କୁ ବି ଦ୍ୱନ୍ଦ୍ୱରେ ପକାଇଦିଏ। ନିକଟରେ ଆଇସିସି ମହିଳା ବିଶ୍ୱ କପ୍‌ (ଆଇସିସି ଓ୍ଵମେନ୍‌ ଓ୍ଵାର୍ଲ୍ଡ କପ୍‌) ବେଳେ ସେମିତି ଏକ ଘଟଣା ଘଟିଛି, ଯାହା ଦର୍ଶକଙ୍କୁ ରୋମାଞ୍ଚିତ କରିଛି। ମହିଳା ବିଶ୍ୱ କପ୍‌ ବେଳେ ନ୍ୟୁଜିଲାଣ୍ଡ ଓ ବାଲାଂଦେଶ ମଧ୍ୟରେ ଏକ ମଜାଦାର ଘଟଣା ଘଟିଛି। ମ୍ୟାଚ୍‌ ବେଳେ ବଲ୍‌ ଓ୍ଵିକେଟ୍‌ କିପରଙ୍କ ଗ୍ଲୋବ୍ସରେ ଲାଖିଯାଇଥିବା ଦେଖିବାକୁ ମିଳିଛି।

ବାଲାଂଦେଶ ୨୬ ତମ ଓଭର ଖେଳିବା ବେଳେ ଏହି ଘଟଣା ଘଟିଥିଲା। ଲତା ମୋଣ୍ଡଲ ବ୍ୟାଟିଂ କରି ୩ ରନ୍‌ ନେବାକୁ ଚେଷ୍ଟା କରୁଥିଲେ। ନନ୍‌ ଷ୍ଟ୍ରାଇକର ବ୍ୟାଟ୍ସମ୍ୟାନ୍‌ ଜହାଁଆରା ଆଲମ୍‌ ୩ ରନ୍‌ ପାଇଁ ଦୌଡ଼ୁଥିବା ବେଳେ ପାଖାପାଖି ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ଭାଗ୍ୟ ଭଲ ଥିବାରୁ ସେ ବଞ୍ଚିଯାଇଛନ୍ତି। ନ୍ୟୁଜିଲାଣ୍ଡର ଓ୍ଵିକେଟ୍‌ କିପର କେଟି ମାର୍ଟିନ୍‌ ବଲ୍‌କୁ ଷ୍ଟମ୍ପ ଆଡ଼କୁ ଫିଙ୍ଗିଥିଲେ ମଧ୍ୟ ବଲ୍‌ଟି ତାଙ୍କ ଗ୍ଲୋବ୍ସରେ ଫସିଯାଇଥିଲା। ଫଳରେ ବଲ୍‌ଟି ହାତରୁ ଆଉ ବାହାରି ପାରି ନଥିଲା ଓ ବାଲାଂଦେଶର ମହିଳା ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହଉ ହଉ ବଞ୍ଚିଯାଇଥିଲେ।

 

View this post on Instagram

 

A post shared by ICC (@icc)


ବଲ୍‌ଟି ତାଙ୍କ ଗ୍ଲୋବ୍‌ସରେ ଏମିତି ଟାଇଟ୍‌ ହୋଇ ଲାଖି ଯାଇଥିଲା ଯେ ତାହାକୁ ହଲେଇଲେ ବି ବାହାରିନଥିଲା। ବଲ୍‌ ବାହାର କରିବାକୁ ବାଧ୍ୟ ହୋଇ ମହିଳା ଓ୍ଵିକେଟ୍‌ କିପରଙ୍କୁ ଗ୍ଲୋବ୍ସ ଓହ୍ଲାଇବାକୁ ପଡ଼ିଥିଲା। ଆଇସିସି ଏହି ନିଆରା ଘଟଣା ବେଳର ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛି, ଯାହା ଖୁବ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ ଏହି ମ୍ୟାଚ୍‌ରେ ବାଲାଂଦେଶକୁ ୯ ଓ୍ଵିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.