ବିହାରରୁ ଓଡିଶା ଲମ୍ବିଛି ଚୋରା ବନ୍ଧୁକ କାରବାର, ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ମାଡି ବସିଲା ପୋଲିସ୍

ସୋର(କେନ୍ଯୁଜ୍): ବିହାରରୁ ଓଡିଶା ଲମ୍ବିଛି ଚୋରା ବନ୍ଧୁକ କାରବାରର ଚେର । ଜଣେ ଚୋରା ବନ୍ଧୁକ ବେପାରି ଗିରଫ, ବନ୍ଧୁକ ସହିତ ୪ଟି ଅଫୁଟା ଗୁଳି ଜବତ । ବାଲେଶ୍ବର ଜିଲ୍ଲା ସୋର ବିଦୁ ଛକ ନିକଟରେ ଜଣେ ବିହାରି ଯୁବକ ଚୋରାରେ ବନ୍ଧୁକ ବିକିବାକୁ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ସୋର ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରି ଯୁବକ ଜଣକୁ କାବୁ କରିଥିଲା। ଏହା ସହ ତା ନିକଟରୁ ଗୋଟିଏ ବନ୍ଧୁକ, ୪ ଟି ଅଫୁଟା ଗୁଳି ଜବତ୍ କରିଛି।
ଯୁବକ ଜଣକ ବିହାର ବୈଶାଲି ଜିଲ୍ଲା ର ଲୋକେସ ସିଂ । ସେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ସୋର, ଭଦ୍ରକ, ବାଲେଶ୍ବର ଆଦି ଅଞ୍ଚଳରେ ବିକ୍ରି କରେ । ଭଦ୍ରକର ବିଭିନ୍ନ ଥାନାରେ ଚୋରି, ଛିନ୍ତାଇ ଭଳି ବିଭିନ୍ନ ଅପରାଧିକ ମାମଲା ଥିବା ପୋଲିସ୍ ସୂତ୍ରରୁ ସୁଚନା ମିଳିଛି । ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।