Below header

ୟୁକ୍ରେନରୁ ପହଞ୍ଚିଲେ ଆଉ ୪୬ ଓଡ଼ିଆ ଛାତ୍ରଛାତ୍ରୀ, ନିଜ ପିଲାଙ୍କୁ ଦେଖି ଅଭିଭାବକ ବେଶ୍ ଖୁସି

ଭୁବନେଶ୍ୱର(କେନ୍ଯୁଜ୍): ୟୁକ୍ରେନରୁ ପହଞ୍ଚିଲେ ଆଉ ୪୬ ଓଡ଼ିଆ ଛାତ୍ରଛାତ୍ରୀ । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି ୪୬ ଛାତ୍ରଛାତ୍ରୀ । ଏବେ ସୁଦ୍ଧା ୟୁକ୍ରେନରୁ ଫେରିଲେଣି ୩୯୦ ଛାତ୍ରଛାତ୍ରୀ । ଗତକାଲି ୟୁକ୍ରେନରୁ ଭୁବନେଶ୍ୱର ଫେରିଥିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ । ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି । ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିମାନବନ୍ଦରରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ନିଜ ପିଲାଙ୍କୁ ଦେଖି ଅଭିଭାବକ ଖୁସି ହୋଇଥିଲେ । ସେହିପରି ବାପାମାଆଙ୍କୁ ଦେଖି ଭାବବିହ୍ଵଳ ହୋଇଥିଲେ ଛାତ୍ରଛାତ୍ରୀ । ଯୁଦ୍ଧ ମୁହଁରୁ ଫେରି ଛାତ୍ରଛାତ୍ରୀ ବଖାଣିଥିଲେ ଏୟାରଷ୍ଟ୍ରାଇକର ଅଙ୍ଗେ ନିଭା କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.