Below header

ବିଶ୍ୱରେ କରୋନା ମୁକାବିଲା ପାଇଁ ପ୍ରୟାସ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି-ଜିନପିନ୍‌ ଫୋନରେ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱରେ କରୋନା ମୁକାବିଲା ପାଇଁ ପ୍ରୟାସ । ଏକାଠି ହେଲେ ଆମେରିକା ଓ ଚୀନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି-ଜିନପିନ୍‌ ଫୋନରେ ଆଲୋଚନା କରିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ବିଶ୍ୱ ଏକାଠି ହୋଇ କରୋନା ସହ ଲଢେଇ କରିବାକୁ ଉଭୟ ଗୁରୁତ୍ୱ ଦେଇଛନ୍ତି । କରୋନା ସଂକ୍ରମଣରେ ଆମେରିକାରେ ୮୫ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଶହ ୯୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଚୀନରେ କରୋନା ଭୟଙ୍କର ରୂପ ନେବା ପରେ ଏବେ ନିୟନ୍ତ୍ରଣକୁ ଆସିଛି । ଚୀନରେ ୩ ହଜାର ୨୯୨ ଜଣଙ୍କ ଜୀବନ ଯାଇଛି । ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା । ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫ ଲକ୍ଷ ୩୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୨୪ ହଜାର ୩୯୪ ଲୋକ ସୁସ୍ଥ ହୋଇ ଫେରିଛନ୍ତି । କରୋନା ଭାଇରସ୍‌ରେ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଯାଇଛି ୭୧୮ ଜଣଙ୍କ ଜୀବନ । ଏପରି ସ୍ଥଳେ ଲକ୍‌ ଡାଉନ୍‌ ବେଳେ ଲୋକେ ଯେପରି ବାହାରକୁ ନବାହାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଅତ୍ୟାବଶ୍ୟକ ସେବା ପାଇଁ ଘରୁ ବାହାରୁଛନ୍ତି ସେମାନେ ସମ ଦୂରତା ଅବଲମ୍ବନ କରିବେ । ଏଥିପାଇଁ ଇଟାଲୀ ମେୟରଙ୍କ ପକ୍ଷରୁ ଡ୍ରୋନ୍‌ ବ୍ୟବହାର କରାଯାଉଛି । ଲୋକେ ଠିକ୍‌ ଭାବେ ସମ ଦୂରତା ରକ୍ଷା କରୁଛନ୍ତି କି ନାହିଁ, ସେଥିପ୍ରତି ନଜର ରଖାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.