Below header

ଆମେରିକାରେ ଭୟଙ୍କର ଡିଜିଟାଲ ଆଟାକ, ରୋଗୀଙ୍କ ରିପୋର୍ଟ ଓ ବିଲିଂକୁ ହ୍ୟାକ କରି କରାଯାଉଛି ବ୍ଲାକମେଲିଙ୍ଗ

ଆମେରିକାରେ ଡିଜିଟାଲ ଆଟାକ। ଆମେରିକାର ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଙ୍କ ପ୍ରତି ସାଇବର ଆଟାକ ଏକ ବଡ଼ ବିପଦ ପାଲଟିଛି । ଏନେଇ ଫେଡରାଲ ଏଜେନ୍ସି ମାନେ ଆମେରିକାକୁ ଚେତାବନୀ ଦେଇଛନ୍ତି । ସାଇବର ଅପରାଧୀମାନେ ଡାକ୍ତରଖାନାର ସୂଚନା ପ୍ରଣାଳୀକୁ ବନ୍ଦ କିମ୍ବା ହ୍ୟାକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହାସହ ଡାକ୍ତରଖାନାର କେତେକ ଜରୁରୀ ତଥ୍ୟ ଚୋରି କରିବାକୁ ଉଦ୍ୟମ କରୁଛନ୍ତି । ଆମେରିକାର ଡାକ୍ତରଖାନା ବିରୋଧରେ ରାନସମୱେୟାର ସାଇବର ଆଟାକ କରିଛି । ଏମଧ୍ୟରୁ କେତେକ ସାଇବର ଅପରାଧୀଙ୍କ ଦ୍ୱାରା ହୋଇଥିବା ଜଣାଯାଇଛି ।

ରାନସମୱେୟାର ଆକ୍ରମଣରେ ଆମେରିକାର ୫ଟି ଡାକ୍ତରଖାନା ପ୍ରଭାବିତ ହୋଇଥିବା ନେଇ କହିଛି FBI। ଆମେରିକାର ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ସାଇବର ଅପରାଧ ବୃଦ୍ଧି ହେବାର ଆଶଙ୍କା ରହିଛି । ଡାଟା ଚୋରି ତଥା ସ୍ୱାସ୍ଥ୍ୟସେବାରେ ଆକ୍ରମଣକାରୀ ଦଳ ଏହି କ୍ଷେତ୍ରକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ ହେଉଛି । ଏମିତିକି ରୋଗୀଙ୍କ ସମ୍ପର୍କୀତ ତଥ୍ୟ ଓ ବିଲିଂ ଆଦିକୁ ଚୋରୀ କରିନେଉଛନ୍ତି । ଏହା ବଦଳରେ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ଏହି ଅର୍ଥକୁ ବିଟ୍‌ କଏନ ଓ ଅନ୍ୟ ଡିଜିଟାଲ କାରବାର ଆକାରରେ ଦାବି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.