ପେସାରେ ପୋଲିସ୍‌, ପଶମ ସୂତା କାରୁକାର୍ଯ୍ୟରେ ହାତର ଯାଦୁଗରୀ ଦେଖାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ଼ରେ ସ୍ଥାନ ପାଇଲେ କନ୍ଧମାଳର ସନ୍ଧ୍ୟାରାଣୀ

ବଣ ମଲ୍ଲୀ ଆଉ ବଣ ଭିତରେ ଫୁଟି ଝଡି ଯାଉନି ବରଂ ତାର ମହକରେ ଏବେ ସାରା ବିଶ୍ୱ ମହକୁଛି । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିବା ପ୍ରବାଦଟି ଭୁଲ୍ ପ୍ରମାଣିତ ହୋଇଛି କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ସନ୍ଧ୍ୟା ରାଣୀ ବେହେରାଙ୍କ ନିକଟରେ । କନ୍ଧମାଳ ଜିଲ୍ଲା ଘଞ୍ଚ ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ଚକାପାଦ ଗାଁର ଝିଅ ସନ୍ଧ୍ୟା । ପସମ ସୂତା କାରୁକାର୍ଯ୍ୟରେ ହାତର ଯାଦୁଗରୀ ଦେଖାଇ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ କରି ଓଡ଼ିଶା ତଥା ନିଜ ଗାଁ ମାଟି ପାଇଁ ଆଣିଛନ୍ତି ଗୌରବ।

craft

ହଁ ଦର୍ଶକ ବନ୍ଧୁ ଏହି ୱାଲ୍ଡ ରେକର୍ଡ ହାସଲ କରିଥିବା ମହିଳା ଜଣକ ହେଉଛନ୍ତି ଓଡ଼ିଶା ରେଳବାଇରେ କାର୍ଯ୍ୟରତ ମହିଳା କନେଷ୍ଟବଳ ସନ୍ଧ୍ୟାରାଣୀ ବେହରା। ଘର କନ୍ଧମାଳ ଜିଲ୍ଲା ଜଙ୍ଗଲ ପାହାଡ ଘେରା ଅପହଞ୍ଚ ଅଞ୍ଚଳ ଚକାପାଦ ଗାଁରେ। ୨୦୦୪ରେ ପୋଲିସ ଚାକିରିରେ ପାଦ ଦେଇଥିଲେ। ଛୋଟ ବେଳୁ ସନ୍ଧ୍ୟାରାଣୀ ପସମ ସୂତାରେ ହାତ ବୁଣା ବିଭିନ୍ନ ପ୍ରକାର କଳାକୃତି ନିର୍ମାଣରେ ରୁଚି ରଖୁଥିଲେ । ସେହି କଳାକୌଶଳ ଆଜି ସନ୍ଧ୍ୟାଙ୍କୁ ସାରା ପୃଥିବୀରେ ପରିଚୟ କରାଇଛି । ତାହେଲେ ଆସନ୍ତୁ ଜାଣିବା ସନ୍ଧ୍ୟା ରାଣୀ ବେହେରା ସଫଳତା ଶୀର୍ଷରେ କେମିତି ପହଞ୍ଚିଲେ ।

ପେସାରେ ସେ ଜଣେ ପୋଲିସ୍ କନେଷ୍ଟବଳ । ନିଶା କିନ୍ତୁ ପସମ ସୂତାରେ ସୁନ୍ଦର କଳାକୃତି ବନାଇବା । ପସମ ବସ୍ତ୍ର ଠାରୁ ଆରମ୍ଭ କରି ଘର ସଜା ସଜି ଭଳି ସବୁ ପ୍ରକାର ଜିନିଷ ତିଆରି କରନ୍ତି ସନ୍ଧ୍ୟା । ପୋଲିସ ଚାକିରି ସମୟପରେ ଭାରତ ବର୍ଷର କେତକ ସ୍ଥାନକୁ ଯାଇ ସେଠାରେ ପସମ ସୂତାରେ ଡିଜାଇନ୍ ତାଲିମ ନେଇ ଆସିଥିଲେ । ତାପରେ ସେ ଏହି ପଶମ ସୁତାରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ବିଶ୍ଵ ରେକଡ଼ ହାସଲ କରିଥିଲେ । ଯାହାକି କେବଳ ସନ୍ଧ୍ୟାରାଣୀଙ୍କ ପାଇଁ ନୁହେଁ ବରଂ ସାରା ଓଡିଶା ପାଇଁ ଗର୍ବର ବିଷୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.