ଅକ୍ଟୋବର ୩୦ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ହେବ ବାଧ୍ୟତାମୂଳକ, ଜାଣନ୍ତୁ କଣ ସବୁ ରହିଛି ନିୟମ

ଗାଡିରେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ନେଇ ପ୍ରଶାସନ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ଉପଭୋକ୍ତାଙ୍କ ସଂଖ୍ୟା କମ୍‌ ଯୋଗୁଁ ଏନେଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଶେଷ ତାରିଖ ଦିଆଯାଇଛି। ନୂଆ ନିୟମ ଅନୁଯାୟୀ ୩୦ ନଭେମ୍ବର ସୁଦ୍ଧା ୭୫୦୦ କିଲୋଗ୍ରାମରୁ କମ୍‌ ବେସରକାରୀ, ବାଣିଜ୍ୟିକ ଯାନଗୁଡିକର ଫିଟନେସ୍‌ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକୁ ପ୍ରତିରୋଧ କରାଯିବ ନାହିଁ। ଏହା ସହିତ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ମଧ୍ୟମ ଓ ଭାରୀ ବ୍ୟବସାୟିକ ଯାନ ଗୁଡିକୁ ମଧ୍ୟ ଛୁଟ ଦିଆଯାଇଛି। ଏହା ମଧ୍ୟରେ ବିଭାଗ ନମ୍ବର ପ୍ଲେଟର ଉପଲବ୍ଧ କରିବ ଏବଂ ଲୋକଙ୍କୁ ଏନେଇ ସଚେତନ ମଧ୍ୟ କରିବ।

number plate2

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ୧୭ ଅକ୍ଟୋବରରୁ ବାଧ୍ୟତାମୂଳକ କରାଯାଇଥିଲା କିନ୍ତୁ ନିଯୁକ୍ତ ଏଜେନ୍ସି ପ୍ଲେଟ ଲଗାଇବାରେ ସକ୍ଷମ ନଥିଲା। ତେବେ ନମ୍ବର ପ୍ଲେଟ ଲଗାଉଥିବା ସମସ୍ତ ଏଜେନ୍ସିର ଭିନ୍ନ ଭିନ୍ନ େଓ୍ଵବସାଇଟର ଲିଙ୍କ ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ପ୍ରମୁଖ ସଚୀବ ରାଜେଶ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୧ରେ ଏକ ପତ୍ର ଜାରି କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିବହନ ଆୟୁକ୍ତଙ୍କ େଓ୍ଵବସାଇଟରେ ମଧ୍ୟ ଏହାକୁ ପ୍ରଦର୍ଶିତ କରିବା ଏବଂ ପ୍ଲେଟ ବୁକ୍‌ ହେବା ପରେ ସମସ୍ତ ସୂଚନା ଏସଏମ୍‌ଏସ୍‌ ମାଧ୍ୟମରେ ଆବେଦକଙ୍କ ନିକଟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। େଓ୍ଵବସାଇଟର ପ୍ରଥମ ପୃଷ୍ଠାରେ ନିର୍ଭୁଲ ଭାବରେ ପ୍ଲେଟର ଦାମ୍‌ ପ୍ରଦର୍ଶିତ କରାଯିବ। ଏହା ସହିତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଓ ରସିଦ ଦେଖିଲା ପରେ ହିଁ ପରିବହନ କାର୍ଯ୍ୟାଳୟରେ ଗାଡିର କାମ ହୋଇ ପାରିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.