‘ଅପରେସନ ଅଜୟ’: ଇସ୍ରାଏଲରୁ ଚତୁର୍ଥ ବିମାନରେ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ
ସ୍ବଦେଶ ଫେରିବା ପରେ ସେମାନେ ଯୁଦ୍ଧର ଭୟାବହତାକୁ ବର୍ଣ୍ଣନା କରିଛନ୍ତି । ଯୁଦ୍ଧ ଯୋଗୁ ସାଇରନ ବାଜିବା ମାତ୍ରେ କିପରି ବଙ୍କରକୁ ପଳାଉଥିଲେ ସେକଥା ବଖାଣିଥିଲେ । ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି।
କେନ୍ୟୁଜ୍(ବ୍ୟୁରୋ): ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଚତୁର୍ଥ ବିମାନରେ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଅଣାଯାଇଛି । ତୃତୀୟ ବିମାନରେ ଗତକାଲି ସ୍ବଦେଶ ଫେରିଛନ୍ତି ୧୯୭ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ଅଜୟ ଜାରି ରହିଛି । ୧୨ ତାରିଖରୁ ଏହି ଅଭିଯାନ ଚାଲିଛି ।
ସ୍ବଦେଶ ଫେରିବା ପରେ ସେମାନେ ଯୁଦ୍ଧର ଭୟାବହତାକୁ ବର୍ଣ୍ଣନା କରିଛନ୍ତି । ଯୁଦ୍ଧ ଯୋଗୁ ସାଇରନ ବାଜିବା ମାତ୍ରେ କିପରି ବଙ୍କରକୁ ପଳାଉଥିଲେ ସେକଥା ବଖାଣିଥିଲେ । ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରେ ହଜାରେ ଛାତ୍ରାଛାତ୍ରୀ ଅଛନ୍ତି । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।