Below header

ଦକ୍ଷିଣ ଗାଜାରେ ଆତଙ୍କର ବାତାବରଣ, ଲୋକେ ଘରଦ୍ବାର ଛାଡ଼ି ପଳାଉଛନ୍ତି

ଦକ୍ଷିଣ ଗାଜାରେ ଆତଙ୍କର ବାତାବରଣ। ଲୋକେ ଘରଦ୍ବାର ଛାଡ଼ି ପଳାଉଛନ୍ତି। ଲୋକ ଘର ଛାଡ଼ିବା ମାତ୍ରେ ଗାଜା ଭିତରେ ପଶିବେ ଇସ୍ରାଏଲ ସେନା। ହମାସକୁ ନିପାତ କରିବାକୁ ଆରମ୍ଭ ହେବ ଅପରେସନ।

ଦକ୍ଷିଣ ଗାଜାରେ ଆତଙ୍କର ବାତାବରଣ। ଲୋକେ ଘରଦ୍ବାର ଛାଡ଼ି ପଳାଉଛନ୍ତି। ଲୋକ ଘର ଛାଡ଼ିବା ମାତ୍ରେ ଗାଜା ଭିତରେ ପଶିବେ ଇସ୍ରାଏଲ ସେନା। ହମାସକୁ ନିପାତ କରିବାକୁ ଆରମ୍ଭ ହେବ ଅପରେସନ। ଉତ୍ତର ଗାଜାରୁ ଘର ଛାଡ଼ି ୨ଟି ରୁଟରେ ଦକ୍ଷିଣକୁ ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସେନା। ପ୍ରଥମେ ନିର୍ଦ୍ଦେଶ ପରେ ଗତକାଲି ଆକାଶରେ ଲିଫଲେଟ ଉଡ଼ାଇ ଗାଜାବାସୀଙ୍କୁ ସଚେତନ କରିଥିଲା ଇସ୍ରାଏଲ। ନିର୍ଦ୍ଦେଶ ପାଇବା ପରେ ହଜାର ହଜାର ସଂଖ୍ୟାରେ ଗାଜାବାସୀ ଘର ଛାଡ଼ିଥିବା ଦେଖାଯାଇଛି।

କିଏ ଗାଡ଼ିରେ ତ କିଏ ଘୋଡ଼ା ଗାଡ଼ିରେ। ଆଉ କିଏ ପାଦରେ ଚାଲିଚାଲି। ଦଳଦଳ ହୋଇ ପଳାଇ ଯାଉଛନ୍ତି। ଲୋକେ ପିଲାଙ୍କୁ କାନ୍ଧରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଛି। ଯାତ୍ରା ଭଳି ରାସ୍ତା ଜାମ। ଇସ୍ରାଏଲ ସେନା ଦେଇଥିବା ଶେଷ ୬ ଘଣ୍ଟାର ମହଲତ ସରିଯାଇଛି। ଦକ୍ଷିଣ ଗାଜା ଖାଲି କରିବାକୁ ଶେଷ ଡେଡଲାଇନ ଦେଇଥିଲା ଇସ୍ରାଏଲ ସେନା। ସାଧାରଣ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।

ସେପଟେ ଖୁବ କମ ସମୟ ମଧ୍ୟରେ ଏତେ ସଂଖ୍ୟାରେ ଲୋକଙ୍କ ସ୍ଥାନାନ୍ତର ଅତ୍ୟନ୍ତ ବିପଦଜନକ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ ସ। ତେବେ ଦକ୍ଷିଣଗାଜାବାସୀ ଏହାକୁ କେମିତି ଗ୍ରହଣ କରିଛନ୍ତି ଜଣା ନାହିଁ । କାରଣ ବିଜୁଳି ଓ ଟେଲି ଯୋଗାଯୋଗ ନଥିବାରୁ ଇସ୍ରାଏଲ ସେନାର ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିନଥିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.