Below header

ଓଡ଼ିଶାର ପ୍ରଧାନ ମହାଲେଖାକାରଙ୍କ ଦେହାନ୍ତ, ଦୀର୍ଘଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ

ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି l ସେ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ସେ ଫୁସଫୁସ ଜନିତ ସଂକ୍ରମଣରେ  ପୀଡିତ ଥିଲେ l

ଭୁବନେଶ୍ୱର(କେନ୍ୟୁଜ୍): ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି l ସେ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ସେ ଫୁସଫୁସ ଜନିତ ସଂକ୍ରମଣରେ  ପୀଡିତ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁ ଚରଣ ବେହେରା, ପତ୍ନୀ ଜୟଶ୍ରୀ ପରିଡା ଉପସ୍ଥିତ ଥିଲେ l

ଖବର ପାଇ ପ୍ରଧାନ ମହାଲେଖାକାର ଅଡିଟ ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ,ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ, ଉପ ମହାଲେଖାକାର ଏସ.ଅରୁଣା, ପି. ଅଶୋକାନ,ରାଜ୍ୟ ବିଜେପି ଉପ-ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର, କଲ୍ୟାଣ ଅଧିକାରୀ ଅଶୋକ ଚନ୍ଦ୍ର ପଣ୍ଡା, ଏ. ଜି ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ବିଜୟ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଥିଲେ l ମୃତ୍ୟୁ ବେଳକୁ ତାଙ୍କର ୫୨ ବର୍ଷ ହୋଇଥିଲାଆଜି ୧୦ଟା ପଯ୍ୟନ୍ତ ତାଙ୍କର ପାର୍ଥିବ ଶରୀର ବାସଭବନ B-11 କ୍ୟାପିଟାଲ ହସ୍ପିଟାଲ ରୋଡ ଠାରେ ଶେଷ ଦର୍ଶନ ପାଇଁ ରଖାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.