ଦିନରେ ଜବତ ରାତିରେ ଚୋରା ଚାଲାଣ, ହରଡ଼ଘଣାରେ ବେଗୁନିଆ ଥାନ ପୋଲିସ  

ଦୁଇ ଦୁଇଟି ଘଟଣାର ଜବତ ଜିନିଷ ଗତ ବିଳମ୍ବିତ ରାତିର ସୁଯୋଗ ନେଇ ଥାନା ପଛପଟ ଗେଟ୍ ବାଟେ ଏକ ମାରୁତି ଓମିନି କାରରେ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକ ମାଡିବସିଥିଲେ।

ବେଗୁନିଆ(କେନ୍ୟୁଜ୍): ଚର୍ଚ୍ଚାରେ ବେଗୁନିଆ ଥାନା ପୋଲିସ  । ଦିନରେ ଜବତ ଜିନିଷ ରାତିରେ ଥାନାରୁ ଚାଲାଣ   ।ଏ ନେଇ ବେଗୁନିଆ ଅଞ୍ଚଳର ଲୋକେ ଦେଖିଦେବା ପରେ ହରଡଘଣାରେ ପୋଲିସ  ।ଘଟଣାଟି ହେଲା ଗତକାଲି ବେଗୁନିଆ ପୋଲିସ ବିପୁଳ ପରିମାଣର ବାଣ ନିକଟସ୍ଥ କଣ୍ଟାବାଡ ଗାଁରୁ ଜବତ କରିଥିବା ବେଳେ ସେହିପରି ରାତିରେ ଏକ କାର ବେଗୁନିଆ ମିନି ଷ୍ଟାଡିୟମ ସମ୍ମୁଖରେ ସିରିଜ ଦୁର୍ଘଟଣା କରିଥିଲା  ।ଏଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ କାରଟିକୁ ଜବତ ସମୟରେ ସେଥିରୁ ବିପୁଳ ପରିମାଣର ମଦ ଥିବା ଲୋକ ଦେଖିଥିଲେ ଏବଂ ଉକ୍ତ କାରଟିକୁ ବେଗୁନିଆ ପୋଲିସ ଥାନାକୁ ଆଣିଥିଲା।

ହେଲେ ଦୁଇ ଦୁଇଟି ଘଟଣାର ଜବତ ଜିନିଷ ଗତ ବିଳମ୍ବିତ ରାତିର ସୁଯୋଗ ନେଇ ଥାନା ପଛପଟ ଗେଟ୍ ବାଟେ ଏକ ମାରୁତି ଓମିନି କାରରେ ବାହାରକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକ ମାଡିବସିଥିଲେ। ଏହାକୁ ନେଇ ବେଗୁନିଆରେ ରାତିସାରା ହାଇଡ୍ରାମା ପରେ ଲୋକଙ୍କ ସହିତ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଆସି ଏସବୁ ଦେଖି ଖୋର୍ଦ୍ଧା SDPOଙ୍କୁ ଖବର ଦେଇଥିଲେ। ଖୋର୍ଦ୍ଧା SDPO ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଲାଣ ହେଉଥିବା ଗାଡିକୁ ଜବତ କରିଛନ୍ତି।  ଚାଲାଣ ବେଳେ ଗାଡିରେ ଜଣେ ହୋମଗାର୍ଡ ଥିବା ସୂଚନା ମିଳିଛି । ତେବେ ବେଗୁନିଆ ପୋଲିସର ଏହି କଳା କାରନାମା ପରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି  ।