Below header

ସାବଧାନ !  ଚୀନ୍‌ରୁ ଆସୁଛି ଆଉ ଏକ ଭାଇରସ୍ପା, ଭାରତ ପାଇଁ  ହୋଇପାରେ ବିପଦ 

ନୂଆଦିଲ୍ଲୀ : କରୋନା ମହାମାରୀର ଆତଙ୍କ ଟଳିନି, ପୁଣି ଏକ ଚୀନ୍‌ ଭାଇରସ୍‌ ଆସିବାକୁ ସଜବାଜ ହେଲାଣି । ଏପରି ଚେତାବନୀ ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) । ଚୀନ୍‌ର କେଟ୍‌ କ୍ୟୁ ଭାଇରସ୍‌(ସିକ୍ୟୁଓ) ଭାରତରେ ଜର ସମ୍ବନ୍ଧୀୟ ଅନେକ ରୋଗ ସଂକ୍ରମିତ କରିପାରେ ।

ଚୀନ୍‌ର କରୋନା ଭାଇରସ୍‌ ଏବେ ସାରା ଦୁନିଆକୁ କବଳିତ କରିଛି । ଏଥିରେ ସାରା ଦୁନିଆର ୮ ଲକ୍ଷ ଲୋକ ସଂକ୍ରମିତ ହେବା ସହ ୯୬ ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି । ଏବେ ପୁଣି ଥରେ ଚୀନ୍‌ର ଆଉ ଏକ ଭାଇରସ୍‌ ଭାରତ ମୁହାଁ । ଯାହାକି ଭାରତ ପ୍ରତି ବିପଦ ଆଣୁଛି ବୋଲି ଆଇସିଏମ୍‌ଆର୍‌ ପ୍ରକାଶ କରିଛି ।

china new virus

ମଶା ସାହାଯ୍ୟରେ ଆକ୍ରମଣ କରିଥାଏ ଏହି ଭାଇରସ୍‌

ଆଇସିଏମ୍‌ଆର୍‌ ଏ ସମ୍ପର୍କରେ ପ୍ରକାଶ କରିଛି ଯେ ମଶା ଭଳି ଦେଖାଯାଉଥିବା ଏହି ଜୀବ ମନୁଷ୍ୟ ଭିତରେ ମେନେଜାଇଟିସ୍‌ ଏବଂ ପିଲାଙ୍କ ମଧ୍ୟରେ ମସ୍ତିକ ଜ୍ୱର ସଂକମିତ କରିଥାଏ । ଭାରତରେ ଦେଖାଯାଉଥିବା ମଶା ଏହି ସିକ୍ୟୁଓ ଭାଇରସ ବଢ଼ାଇବାରେ ସକ୍ଷମ ଅଟେ । ସ୍ତନପାୟୀ ଜୀବ ମଧ୍ୟରେ ଘୁସୁରୀ ଏହି ଭାଇରସ୍‌ର ପ୍ରତମ ବାହକ ବୋଲି ଆଇସିଏମଆର୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.