ନୋରା ଫତେହିଙ୍କୁ ଆପତ୍ତିଜନକ ଭାବେ ଛୁଇଁବା ନେଇ ଟେରେନ୍ସ ଲୁଇସଙ୍କ ନାଁରେ ଅଭିଯୋଗ, କିନ୍ତୁ ଏମିତି କହି ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଏହି ଅଭିନେତ୍ରୀ

କୋରିଓଗ୍ରାଫର ଟେରେନ୍ସ ଲୁଇସ ଓ ନୋରା ଫତେହିଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ୨ ଦିନ ହେବ ଖୁବ ଭାଇରଲ ହେଉଛି। ଅଭିଯୋଗ ଉଠିଛି କି, ଟେରେନ୍ସ ଆକ୍ଟ ସମୟରେ ନୋରା ଫତେହିଙ୍କୁ ଆପତ୍ତିଜନକ ଭାବେ ଛୁଇଁଛନ୍ତି, ଯାହାଫଳରେ ଟେରେନ୍ସ ଲୁଇସଙ୍କୁ ଖୁବ ଟ୍ରୋଲ କରାଯାଇଛି। ବିବାଦ ବଢ଼ିବାରୁ ଟେରେନ୍ସ ଏହା ଉପରେ ସଫେଇ ଦେଇଛନ୍ତି। ସେପଟେ ନୋରା ନିଜେ ଟେରେନ୍ସଙ୍କ ସପୋର୍ଟରେ ବାହାରିଛନ୍ତି। ଏପରିକି, ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ମଧ୍ୟ ଦେଇଛନ୍ତି।
ଟେରେନ୍ସ ଲୁଇସ ଓ ନୋରା ଫତେହି ଏବେ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ’ରେ ଜଜ ଭୂମିକାରେ ଅଛନ୍ତି। ଭିଡ଼ିଓ କ୍ଲିପରେ ଟେରେନ୍ସ ଓ ନୋରା ଷ୍ଟେଜରେ ଛିଡ଼ାହୋଇଛନ୍ତି। ଏହି ସମୟରେ ଦର୍ଶକଙ୍କୁ ଅଭିବାଦନ କରିବା ପାଇଁ ଟେରେନ୍ସ ଯେମିତି ହାତ ଉଠାଉଛନ୍ତି, ଲାଗୁଛି ଯେପରି ସେ ନୋରାଙ୍କ ଶରୀରର ପଛଭାଗକୁ ଆପତ୍ତିଜନକ ଭାବେ ଛୁଉଁଛନ୍ତି।
ତେବେ ପୂର୍ବରୁ ଟେରେନ୍ସ ରବିବାର ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ନୋରାଙ୍କୁ ଉଠେଇ ଧରିଥିବା ନଜର ଆସିଛନ୍ତି। ସେ ଏହା ଉପରେ ସିଧାସଳଖ କିଛି କହି ନ ଥିଲେ, କିନ୍ତୁ ଏକ କାହାଣୀ ଜରିଆରେ ନିଜ ପକ୍ଷ ରଖିଥିଲେ। ଏହା ଉପରେ ନୋରା କମେଣ୍ଟ କରି କହିଛନ୍ତି, ସେ ତାଙ୍କୁ ବହୁତ ଆଦର କରିଥାନ୍ତି। ନୋରା ଲେଖିଥିଲେ ଯେ ‘ଧନ୍ୟବାଦ ଟେରେନ୍ସ। ଆଜିକାଲି ସୋସିଆଲ ମିଡିଆରେ ଭିଡ଼ିଓ ମାରଫଡ କରାଯାଉଛି ଏବଂ ଫଟୋଶପ ଇଫେକ୍ଟସ ପକାଇ ମିମ ପ୍ରସ୍ତୁତ କରାଯାଉଛି। ମୋତେ ଖୁସି ଲାଗୁଛି କି, ଆପଣ ନିଜକୁ ଚିନ୍ତିତ ହେବାକୁ ଦେଇନାହାନ୍ତି। ଆପଣ ଶାନ୍ତ ଏବଂ ଶାଳିନ ହୋଇ ରହିଲେ। ଏହି ସମୟ ବି ଗଡ଼ିଯିବ’।
#NoraFatehi Ass slapped by #TerranceLewis
What a nonsense never thought expected from him#SonyTv #BollywoodCleanup pic.twitter.com/iyECt1mI74— Nandini Idnani (@idnani_nandini) September 26, 2020
ନୋରା ଆହୁରି ଲେଖିଥିଲେ କି, ‘ଆପଣ ଓ ଗୀତା ମାମ ମୋତେ ସବୁବେଳେ ସମ୍ମାନ ଦେଇଛନ୍ତି ଏବଂ ଶୋ’ର ଜଜ ରୂପେ ମୋତେ ଭଲ ପାଇବା ଦେଇଛନ୍ତି। ଏହା ମୋ ପାଇଁ ଏକ ସୁଖଦ ଏବଂ ଶିଖିବା ଭଳି ଅନୁଭବ। ଆପଣଙ୍କ ଉପରେ ଆଶୀର୍ବାଦ ରହୁ’। ସୂଚନାଥାଉ କି, ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ’ରେ ଗୀତା ଓ ଟେରେନ୍ସଙ୍କ ସହ ମଲାଇକା ଆରୋରା ଜଜ ଭୂମିକାରେ ଥିଲେ। କିନ୍ତୁ ସେ କରୋନା ପଜିଟିଭ ମିଳିବା ପରେ ତାଙ୍କ ଜାଗାରେ ନୋରାଙ୍କୁ ଶୋ’ର ଜଜ ଭୂମିକାରେ ରଖାଯାଇଛି।