ଅକ୍ଟୋବର ୫ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଖାତା ଦେଖା

କେନ୍ୟୁଜ(ବ୍ୟୁରୋ): ଅକ୍ଟୋବର ୫ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଖାତା ଦେଖା। ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୨ଟି ଓ ଓପନ ସ୍କୁଲ ପାଇଁ ୭ଟି ମୂଲ୍ୟାୟନ କେନ୍ଦ୍ର କରିଛି ବୋର୍ଡ। ୩୫୩୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଏହି ସମସ୍ତ ଉତ୍ତର ଖାତାର ମୂଲ୍ୟାୟନ ପାଇଁ ନିୟୋଜିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇ ୨୪ତାରିଖ ପର‌୍ୟ୍ୟନ୍ତ ଚାଲିଥିଲା ଏହି ପରୀକ୍ଷା। ମାଟ୍ରିକ ସପ୍ଲିମେଣ୍ଟାରୀ କୋଭିଡ ପାଇଁ ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ହୋଇଥିଲା।

ସେହିପରି ୨ଘଣ୍ଟା ୩୦ ମିନିଟ ପରିବର୍ତ୍ତେ ୨ ଘଣ୍ଟା ର ପରୀକ୍ଷା ହୋଇଥିଲା।୩୦ ମାର୍କ ଦୀର୍ଘ ଉତ୍ତର ଓ ୫୦ ମାର୍କ କ୍ଷୁଦ୍ର ଉତ୍ତର ଓଏମଆର ମାଧ୍ୟମରେ କରାଯାଇଥିଲା।ରାଜ୍ୟର ୨୨୬୪୯ ହାଇସ୍କୁଲ ପରୀକ୍ଷାର୍ଥୀ ୧୫୩ ଟି କେନ୍ଦ୍ରରେ ଓ ୧୨୯୩୯ ଓପନ ସ୍କୁଲ ପରୀକ୍ଷାର୍ଥୀ ୮୮ ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.