Below header

ଏବେ ବିହାର ପରେ ୟୁପିରେ ମଧ୍ୟ ନଇଁ ପାରେ ବିଜେପିର ମୁଣ୍ଡ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ଏନଡିଏରେ ବିଦ୍ରୋହର ସ୍ୱର ସେତେ ଦୃଢ ହେବାରେ ଲାଗିଛି । ପ୍ରଥମେ ଆସନ ବଣ୍ଟନକୁ ନେଇ ରାଲେସପା ଏନଡିଏକୁ ଆଶ୍ରା କରିଥିଲା । ପରେ ଲୋକ ଜନଶକ୍ତି ଦଳ ମଧ୍ୟ ବିହାର ଆସନ ବଣ୍ଟାକୁ ନେଇ ବିଜେପି ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛି । ଯାହା ଉପରେ ବିଜେପି ଆସନ ବଣ୍ଟାକୁ ନେଇ ଲିଜାପାର ୬ ଆସନ ଓ ଲୋଜାପାର ମୁଖ୍ୟ ରାମ ବିଲାସ ପାଶଓ୍ଵାନଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରି ଲୋଜାପାକୁ ବଂଚାଇ ଦେଇଛନ୍ତି । ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ବୁଝାମଣାରେ ବିଜେପି କ୍ଷତିରେ ରହିବ ଓ ଗତ ଲୋକସଭା ନିର୍ବାଚନରେ କେବଳ ୨ଟି ଆସନ ବିଜୟ ହାସଲ କରିଥିବା ଜେଡିୟୁ ତାଙ୍କୁ ୧୭ଟି ଆସନ ଦେବକୁ ବାଧ୍ୟ ହୋଇଥିଲା । ବୁଝାମଣା ଆଧାରରେ ବିହାରରେ ବିଜେପିକୁ ୧୭, ଜେଡିୟୁକୁ ୧୭ ଓ ଲୋଜାପାକୁ ୬ଟି ଆସନ ମିଳିଛି । ସେଥିପାଇଁ ଗଠବନ୍ଧନ ରାଜନୀତି ଯୋଗୁଁ ବିଜେପିକୁ ହାର ମାନିବାକୁ ପଡିଥିଲା । ଏବେ ବିହାର ପରେ ଉତର ପ୍ରଦେଶରେ ମଧ୍ୟ ବିଜେପିର ଏକ ସହଯୋଗୀ ଦଳ ତାକୁ ହରାବାକୁ ଚାହିଁ ବସିଛି ।
ସୂଚନାଯୋଗ୍ୟ କି, ଉତ୍ତର ପ୍ରଦେଶରେ ବିଜେପିର ସହଯୋଗୀ ଦଳ ‘ଅପନା ଦଳ’ ଆଗାମୀ ଲୋକସଭା ନିର୍ବାଚନରେ ଅତି କମରେ ମାତ୍ର ୫ଟି ଆସନରେ ନିଜର ଅସ୍ତିତ୍ୱ ଜାହିର କରିପାରିଛି । ଇକନୋମିକ୍‌ ଟାଇମସର ଏକ ଖବର ଅନୁଯାୟୀ, ଆପନା ଦଳ ବିଜେପିକୁ ଆଗାମୀ ନିର୍ବାଚନରେ ଅତି କମରେ ଲୋକସଭା ଆସନ ଓ ନିଜ ଅଧ୍ୟକ୍ଷ ଆଶିଷ ପଟେଲଙ୍କ ପାଇଁ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ପଦ ଦେବା ପାଇଁ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ କି, ଆପନା ଦଳର ମୁଖ୍ୟ ଆଶିଷ ପଟେଲ ପତ୍ନୀ ଅନୁପ୍ରିୟା ପଟେଲ କେନ୍ଦ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପଦ ସମ୍ଭାଳୁଛନ୍ତି । ଆପନା ଦଳର ଅଭିଯୋଗ କରିଛି କି, ଉତ୍ତର ପ୍ରଦେଶରେ ଯୋଗୀ ସରକାରରେ ତାଙ୍କୁ ଉଚିତ ସ୍ଥାନ ଦିଆଯାଉନାହିଁ । ଦଳର କହିବା ଅନୁଯାୟୀ, ତାଙ୍କ ତୁଳନାରେ ଏକ ଛୋଟ ଦଳ ସୁହେଲଦେବ ଭାରତୀୟ ସମାଜ ପାର୍ଟି’ ଉତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯାଇଛି । ଉଲ୍ଲେଖଯୋଗ୍ୟ କି, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୟୁପି ବିଧାନସଭାରେ ୪ ବିଧାୟକ ଅଛନ୍ତି ଓ ଦଳର ମୁଖ୍ୟ ଓମପ୍ରକଶ ରାଜଭରଙ୍କୁ ଯୋଗୀ ସରକାରଙ୍କ କ୍ୟବିନେଟ ମନ୍ତ୍ରୀ ପଦ ଦିଆଯାଇଛି । ସେହିଭଳି ୟୁପିରେ ୯ ବିଧାୟକ ଅଛନ୍ତି ଓ ତାଙ୍କ ନିକଟରେ ଗୋଟିଏ ବି କ୍ୟାବିନେଟ ମନ୍ତ୍ରୀ ନାହିଁନ୍ତି । ଏହା ସହିତ ଆପନା ଦଳ ଲୋକସଭାରେ ୪ଟି ଆସନ ଦେବାକୁ ମଧ୍ୟ ଦାବି କରିଛି ।
ଆପନା ଦଳର ମୁଖ୍ୟ ଆଶିଷ ପଟେଲ ନିକଟରେ ବିଜେପି ଉପରେ ତାଙ୍କୁ ଉଚିତ ସମ୍ମାନ ନ ଦେବାର ଅଭିଯୋଗ କରିଛନ୍ତି । ଆପନା ଦଳ ଏଥିରେ ମଧ୍ୟ ବିରକ୍ତି ଭାବ ପ୍ରକାଶ କରିଛି ଯେ, ଯୋଗୀ ସରକାର କ୍ଷମତାକୁ ଆସିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ କ୍ୟାବିନେଟରେ ପରିବର୍ତ୍ତନ ଆଣି ନାହାନ୍ତି କିମ୍ବା ସମ୍ପ୍ରସାରଣ କରି ନାହାନ୍ତି । ଉତ୍ତର ପ୍ରଦେଶରେ କେବଳ ଆପନା ଦଳର ନେତା ଜୟ କୁମାର ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଛି । ସେହିଭଳି ଆଶିଷ ପଟେଲଙ୍କୁ ଏମଏଲସି ପଦବି ଦିଆଯାଇଥିଲା । ବର୍ତ୍ତମାନ ଦଳ ଆଶିଷ ପଟେଲଙ୍କ ପାଇଁ ୟୁପି କ୍ୟାବିନେଟରେ ମନ୍ତ୍ରୀ ପଦ ଲାଗି ଦାବି କରିଛନ୍ତି । ସୂଚନାଯୋଗ୍ୟ କି, ୨୦୧୪ରେ ଲୋକସଭା ନିର୍ବାଚନରେ ଆପନା ଦଳକୁ ୨ଟି ଆସନ ଦିଆଯାଇଥିଲା । ସେହି ୨ଟି ଯାକ ଆସନରେ ଦଳ ବିଜୟ ହାସଲ କରିଥିଲା । ଏହା ସହିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳକୁ ୧୧ଟି ଆସନ ଦିଆଯାଇଥିଲା, ଯେଉଁଥିରୁ ଦଳ ୯ଟିରେ ବିଜୟ ହାସଲ କରି ଉତ୍ତମ ପ୍ରଦର୍ଶନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.