Below header

ମୋଦି ସରକାରଙ୍କ ବଡ଼ ଯୋଜନା, ଏଣିକି ବେରୋଜଗାରଙ୍କୁ ବି ମିଳିବ ଦରମା

ମୋଦିଙ୍କ ମାଷ୍ଟରପ୍ଲାନ୍ । ନୂଆ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା । ବେରୋଜଗାର ଥିଲେ ବି ମିଳିବ ଦରମା । ଏହି ଯୋଜନାର ନାଁ ହେଉଛି ୟୁନିଭର୍ସାଲ୍ ବେସିକ୍ ଇନକମ୍ । ଏହି ଯୋଜନା ଅନୁଯାୟୀ ପ୍ରତିମାସରେ ୨୦୦୦ ରୁ ୨୫୦୦ ଟଙ୍କା ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ରାଶି ବେରୋଜଗାର ଯୁବକ ଯୁବତୀଙ୍କୁ ମିଳିବ । ଯାହାଦ୍ବାରା ଆପଣ ଛୋଟ ଛୋଟ ଆବଶ୍ୟକତା ପୁରା କରିପାରିବେ । ଏହି ଯୋଜନା ଉପରେ ଗତ ଦୁଇ ବର୍ଷ ହେଲା କାମ ଚାଲୁଛି । ଆଉ ଏହି ଯୋଜନା ଲାଗୁ ହେବା ପରେ ପ୍ରାୟ ୨୦ କୋଟି ଲୋକ ଲାଭବାନ୍ ହେବେ ।

ତେବେ ଶୁଣିବାକୁ ମିଳୁଛି ୨୦୧୯ ନିର୍ବାଚନ ପୂର୍ବରୁ ଏହା ଲାଗୁ କରାଯାଇପାରେ । ଯଦି ଏପରି ହୁଏ ତେବେ ମୋଦି ସରକାରଙ୍କ ଏହି ପ୍ଲାନ୍ ଗେମଚେଞ୍ଜର ପ୍ରମାଣିତ ହୋଇପାରେ । ତେବେ ଏପରି ନୁହେଁ ଯେ ବେରୋଜଗାରଙ୍କୁ ଦରମା ଦେବାରେ ପ୍ରଥମ ଦେଶ ଭାରତ । ଏହା ପୂର୍ବରୁ ମଧ୍ୟ ଫ୍ରାନ୍ସ, ଜର୍ମାନୀ, ଆର‌୍ୟଲାଣ୍ଡ ଏବଂ ଇଟାଲୀରେ ମଧ୍ୟ ଏଭଳି ଯୋଜନା ଦୀର୍ଘ ବର୍ଷ ଧରି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.