ଭୁବନେଶ୍ୱରରେ ପଲ୍‌ସର ଆତଙ୍କ : ଜନଗହଳି ଅଶୋକ ନଗର ଅଞ୍ଚଳରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଦେଖନ୍ତୁ ଲୁଟ୍‌ର ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନ ଦ୍ୱିପହରରୁ ଲୁଟ୍‌ । କମିଶନରରେଟ ପୋଲିସ ଅଧୀନସ୍ଥ କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ ଘଟିଛି ଏହି ଲୁଟ୍‌ ଘଟଣା । ଜନଗହଳି ବାନାମ୍ବର ଲଜ ସମ୍ମୁଖରୁ ଜଣେ କଣ୍ଟ୍ରାକଟର ପ୍ରଶାନ୍ତ ସ୍ୱାଇଁଙ୍କ ଠାରୁ ଦୁର୍ବୃତ୍ତ ୧ ଲକ୍ଷ ଟଙ୍କା ଲୁଟି ନେଇ ଛୁ ମାରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଶାନ୍ତ ସ୍ୱାଇଁ ଜଣେ କଣ୍ଟ୍ରାକ୍ଟର । ସେ ଅଶୋକ ନଗର ସ୍ଥିତ ସାନିଟାରୀ ଦୋକାନରୁ ଅନେକ ସମୟ ସାନିଟାରୀ ସାମଗ୍ରୀ କିଣି ଥାଆନ୍ତି। ଗତକାଲି ଦିନ ବେଳା ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଜିନିଷ କିଣା ବାବଦକୁ ଟଙ୍କା ଦେବା ଲାଗି ଅଶୋକ ନଗର ଆସିଥିଲେ ।

LOOT-2

ଠିକ୍‌ ଦୋକାନ ସାମନାରେ ବାଇକ୍‌ ଡିକିରୁ ଟଙ୍କା ବ୍ୟାଗ୍‌ ବାହାର କଲା ବେଳେ ଅଚାନକ ପଲସର ବାଇକ୍‌ରେ ଆସି ଦୁଇ ଜଣ ଲୁଟେରା ତାଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଥିଲେ । ଏଥିରେ ୧ ଲକ୍ଷ ଟଙ୍କା ଥିଲା ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି । ଏନେଇ ସେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟ୍‌ର ସିସିଟିଭି ଏକ୍ସକ୍ଲୁସିଭ୍‌ ଭିଜୁଆଲ କେ ନ୍ୟୁଜ୍‌ ହାତରେ ଲାଗିଛି ।
ଲୁଟେରା ଦୁଇଜଣଙ୍କ ମଧ୍ୟରୁ ଯିଏ ଗାନି ଚଳାଉଛି ସେ ହେଲମେଟ୍‌ ପିନ୍ଧିଛି ତା ପଛରେ ବସିଥିବା ଲୋକ ସ୍ପଷ୍ଟ ଭାବେ ଦେଖା ଯାଉଛି । ସେ ହିଁ ଟଙ୍କା ବ୍ୟାଗ୍‌ ଛଡ଼ାଉଛି । ଦେଖନ୍ତୁ କିଭଳି ଭାବେ ଲୁଟେରା ଦୁଇଜଣ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.