ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାଦର ଖାନ୍, ଜାଣନ୍ତୁ କେଉଁ ରୋଗରେ ପୀଡିତ ବଲିଉଡର ବର୍ଷିୟାନ୍ ଅଭିନେତା

ବଲିଉଡରେ ହସେଇ ହସେଇ ବେଦମ କରୁଥିବା ଏହି କମେଡିଆନ ଏବଂ ଅଭିନେତା କାଦର ଖାନ ଆଜି ଚୁପ୍ ଅଛନ୍ତି। ୮୧ ବର୍ଷର କାଦର ଖାନ ବର୍ତ୍ତମାନ ପ୍ରୋଗ୍ରେସିବ ସୁପ୍ରାନ୍ୟୂକ୍ଲିୟର ପାଲ୍ସୀ ଡିସଅର୍ଡର ନାମକ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି। ଏହାପରେ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖା ଯାଇଛି। ପ୍ରାୟ ୩୦୦ ଫିଲ୍ମରେ କାମ କରିସାରିଥିବା କାଦର ଖାନ୍ କାଦର ଖାନ ଲମ୍ବା ସମୟ ଧରି କାନାଡାରେ ନିଜ ପୁଅଙ୍କ ସହିତ ରହୁଥିଲେ। ଆସନ୍ତୁ ଜାଣିବା ଏହି ରୋଗ କଣ ? ଏବଂ କଣ ଏହାର ଲକ୍ଷଣ ?
କଣ ଏହି ରୋଗ
କାଦର ଖାନ ପିଏସପି (ପ୍ରୋଗ୍ରେସିଭ ସୁପ୍ରାନ୍ୟୂକ୍ଲିୟର ପାଲ୍ସି)ରେ ପିଡିତ ଅଛନ୍ତି। ଏହା ଏକ ଅସାମାନ୍ୟ ମସ୍ତିଷ୍କ ବିକାର ଅଟେ। ଯେଉଁ କାରଣରୁ ଚାଲିବା, କହିବା, ଖାଇବା, ଦେଖିବା ଏବଂ ଭାବିବାର କ୍ଷମତା କମ୍ ହୋଇଯାଏ କିମ୍ବା ଶେଷ ହୋଇଯାଏ। ଏହି ଡିସଅର୍ଡର ମସ୍ତିଷ୍କରେ ନର୍ଭ ସେଲ୍ସ ନଷ୍ଟ ହେବାର କାରଣ ଅଟେ।
ପ୍ରୋଗ୍ରେସିଭ ସୁପ୍ରାନ୍ୟୂକ୍ଲିୟର ପାଲ୍ସିର ଲକ୍ଷଣ :
ଚାଲୁଥିବା ଶରୀରରେ କମ୍ପନ – ଏହି ରୋଗର ପ୍ରାରମ୍ଭ ହେଉଛି ବ୍ୟକ୍ତି ଠିକ ଭାବରେ ଚାଲି-ବୁଲି ପାରେନାହିଁ। ଯେଉଁ କାରଣରୁ ବ୍ୟକ୍ତିକୁ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ଦ୍ରୁଷ୍ଟିଶକ୍ତି କମ୍ ହୋଇଯାଏ – ଏହି ରୋଗ କାରଣରୁ ଆଖିକୁ ଭଲଭାବେ ଦେଖା ଯାଏ ନାହିଁ। କେବଳ ଏତିକି ନୁହେଁ ଆପଣଙ୍କୁ ଦୂର ଜିନିଷ ମଧ୍ୟ ଦେଖାଯାଏ ନାହିଁ।
ମସ୍ତିଷ୍କରେ ହୋଇଥାଏ କ୍ଷତି – ଏହି ରୋଗ ପାଇଁ ବ୍ୟକ୍ତି ଡିମେନସିୟାର ମଧ୍ୟ ଶିକାର ହୋଇପାରେ। ସ୍ମରଣ ଶକ୍ତିରେ ସମସ୍ୟା, ଅଲଜାଇମରରେ ସମସ୍ୟା ଆଦି ଅସୁବିଧା ହୋଇପାରେ।
ଏହି ରୋଗର ଲକ୍ଷଣ :
ଅବସାଦ ରହିବା – ଏହି ରୋଗ କାରଣରୁ ବ୍ୟକ୍ତି ଅବସାଦରେ ମଧ୍ୟ ରହିଥାଏ।
କହିବା ଏବଂ ଶୁଣିବାରେ ସମସ୍ୟା – ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ କହିବା ଏବଂ ଶୁଣିବାରେ ସମସ୍ୟା ହୋଇଥାଏ।
ଅତି ତୀବ୍ର ଆଲୋକରେ ସମସ୍ୟା – ଏହି ରୋଗରେ ପିଡିତ ବ୍ୟକ୍ତିଙ୍କୁ ଅଧିକ ଆଲୋକ ପଡିଲେ ସମସ୍ୟା ହୋଇଥାଏ।
ନିଦ ନ ଆସିବା – ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ନିଦ ଆସେନାହିଁ।