ନୂଆ ବର୍ଷ ପାର୍ଟିରେ ପିନ୍ଧି ପାରିବେନି ଛୋଟ କପଡା କି କରିପାରିବେନି ଅଶ୍ଳୀଳ ଡ୍ୟାନ୍ସ , ନଚେତ୍ ଯିବାକୁ ପଡିବ ଜେଲ୍

ନୂଆ ବର୍ଷରେ ପିନ୍ଧି ପାରିବେନି ଛୋଟ କପଡା । କରିପାରିବେନି ଅଶ୍ଳୀଳ ଡ୍ୟାନ୍ସ । ଏହାକୁ ନମାନଲେ ନୂଆ ବର୍ଷରେ ଖାଇପାରନ୍ତି ଜେଲର ହୱା । ଏଭଳି କଡା ନିୟମ ଲାଗୁ ହୋଇଛି ଗୁଜୁରାଟରେ । ଖାସ୍ କରି ବଡୋଦରା ପୋଲିସ୍ ଏହି ନିୟମ ଲାଗୁ କରିଛି ।ବଡୋଦରା ପୋଲିସ୍ ଏନେଇ ସର୍କୁଲେସନ୍ ଜାରି କରିଛି । ଯେଉଁଥିରେ କୁହାଯାଇଛି ନୂଆ ବର୍ଷ ପାଳନ ସମୟରେ କୌଣସି ଯୁବତୀ ଛୋଟ କପଡା ଲବଂ ସର୍ଟସ ପିନ୍ଧି ପାର୍ଟିରେ ସାମିଲ୍ ହେଲେ ସେମାନଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

ସେହିପରି ଅଶ୍ଳୀଳ ଡ୍ୟାନ୍ସ ମଧ୍ୟ କରିପାବେନି । କାରଣ ଏପରି କଲେ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବ । ତେଣୁ ଯିଏ ଏଭଳି ପାର୍ଟି ଆୟୋଜିତ କରିବେ ସେ ସବୁଆଡେ ସିସିଟିଭି ଲଗାଇବା ଅନିବାର‌୍ୟ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.