Below header

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ, କିରଣ ରିଜିଜୁଙ୍କ ବଦଳରେ ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବ ଅର୍ଜୁନ ରାମ ମେଘଓ୍ଵାଲ

କିରଣ ରିଜିଜୁଙ୍କ ଠାରୁ ନିଆଗଲା ଆଇନ ମନ୍ତ୍ରଣାଳୟ ଦାୟିତ୍ୱ । ତାଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି ଅର୍ଜୁନ ରାମ ମେଘଓ୍ଵାଲ । କିରଣଙ୍କୁ ମିଳିଛି ଆର୍ଥସାଇନ୍ସ ମନ୍ତ୍ରଣାଳୟ ଦାୟିତ୍ୱ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ । କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇଦିଆଯାଇଛି । ଆଇନ ମନ୍ତ୍ରୀ ଦାୟିତ୍ୱ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ବ ବଣ୍ଟନ କରିଛନ୍ତି। ପୂର୍ବରୁ ଆଇନ ମନ୍ତ୍ରଣାଳୟ କିରଣ ରିଜିଜୁଙ୍କୁ ଆର୍ଥସାଇନ୍ସ ମନ୍ତ୍ରୀ ଦାୟିତ୍ବ ପ୍ରଦାନ କରାଯାଇଛି ।

କିରଣ ରିଜିଜୁ ଅରୁଣାଚଳର ଲୋକସଭା ସିଟରୁ ସାଂସଦ ପାଇଁ ଲଢିଥିଲେ । ସେ ଦିଲ୍ଲୀ ୟୁନିଭରସିଟିରୁ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ୨୦୦୪ରେ ପ୍ରଥମଥର ଲୋକସଭା ନିର୍ବାଚନରେ ଲଢି ବିଜୟ ହାସଲ କରିଥିଲେ । କିନ୍ତୁ ୨୦୦୯ ଲୋକସଭା ନିର୍ବାଚନରେ ହାରିଯାଇଥିଲେ । ୨୦୧୪ ନିର୍ବାଚନ ବିଜୟ ହାସିଲ କରି ରିଜିଜୁ ପୁଣିଥରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୃହ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୯ରେ ଖେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୨୦୨୧ରେ କ୍ୟାବିନେଟ ସଂପ୍ରସାରଣ ବେଳେ ତାଙ୍କୁ ଆଇନ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଆଇନ ମନ୍ତ୍ରଣାଳୟ ସମ୍ଭାଳୁଥିବା କିରଣ ରିଜିଜୁ ୨୦୧୯ ମସିହାରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ହୋଇଥିଲେ ।

ତେବେ ଅର୍ଜୁନ ରାମ ମେଘଓ୍ଵାଲ ୨୦୦୯ରେ ବିକାନେରର ସାଂସଦ ଥିଲେ । ସେ ବିକାନେର ଡେଙ୍ଗୁର କଲେଜରେ ବିଏ ଏଲଏଲବି କରିଛନ୍ତି । ଏହାପରେ ଆଇନରେ ମାଷ୍ଟର ଡିଗ୍ରୀ ମଧ୍ୟ କରିବା ପରେ ଫିଲିପିନ୍ସ ବିଶ୍ୱବିଦ୍ୟାଳରେ ଏମବିଏ ମଧ୍ୟ କରିଛନ୍ତି । ତାଙ୍କୁ ୨୦୦୯, ୨୦୧୪ ଏବଂ ୨୦୧୯ରେ ଲୋକସଭା ନିର୍ବାଚନରେ ବିକାନେରରୁ ବିଜେପି ତରଫରୁ ସାସଂଦ ହୋଇଥିଲେ । ଅଜୁର୍ନ ରାମ ମେଘୱାଲ ପୂର୍ବରୁ ମୋଦିଙ୍କ ମନ୍ତ୍ରଣାଳୟରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ। ସେ ୨୦୦୯ ମସିହାରେ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୩ରେ ତାଙ୍କୁ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.