୨୬/୧୧ ଷଡଯନ୍ତ୍ର ଅଭିଯୁକ୍ତ ତାହାଓ୍ଵୁର ରାଣାଙ୍କୁ ଭାରତ ଅଣାଯିବ, ଆକ୍ରମଣ ଷଡ଼ଯନ୍ତ୍ର ପ୍ଲାନିଂରେ ସାମିଲ ଥିଲା ରାଣା
୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତାହାଓ୍ଵୁର ରାଣାକୁ ଭାରତ ଅଣାଯିବ । ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପ୍ଲାନିଂରେ ସାମିଲ ଥିଲା ରାଣା। ଏଥିରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତାହାଓ୍ଵୁର ରାଣାକୁ ଭାରତ ଅଣାଯିବ । ଭାରତର ଅନୁରୋଧ କ୍ରମେ ତାକୁ ଗିରଫ କରାଯାଇଥିଲା। ତାହାଓ୍ଵୁରକୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ୨୦୨୦ ଜୁନ ୧୦ରେ ଆମେରିକାକୁ ନିବେଦନ କରିଥିଲା ଭାରତ। ବାଇଡେନ୍ ପ୍ରଶାସନ ଏହାକୁ ସମର୍ଥନ କରିବା ସହ ରାଣାର ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଇଛି। କାର୍ଲିଫର୍ଣ୍ଣିଆର ଏକ ଜିଲ୍ଲା କୋର୍ଟ ତାହାଉର ରାଣାର ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି କରିଥିଲେ।
ମେ ୧୬ ତାରିଖର ୪୮ ପୃଷ୍ଠାର ଆଦେଶରେ, କାଲିଫର୍ଣ୍ଣିଆର ଜିଲ୍ଲା କୋର୍ଟର ଜଜ୍ ଜ୍ୟାକଲିନ୍ ଚୋଲଜିଆନ୍ କହିଛନ୍ତି ଯେ, ଅନୁରୋଧ ତଥା ଶୁଣାଣିରେ ଉପସ୍ଥାପିତ ଯୁକ୍ତିକୁ ସମର୍ଥନ ତଥା ବିରୋଧ କରି ଉପସ୍ଥାପିତ ହୋଇଥିବା ସମସ୍ତ ଦଲିଲକୁ କୋର୍ଟ ସମୀକ୍ଷା କରିଛନ୍ତି ଏବଂ ବିଚାର କରିଛନ୍ତି। ଏହା ପରେ ତାଙ୍କୁ ଭାରତ ପଠାଇବାକୁ ମଞ୍ଜୁରୀ ଦିଆଯାଇଛି ।
ବିଚାରପତି କହିଛନ୍ତି ଯେ, ୬୨ ବର୍ଷୀୟ ରାଣାଙ୍କୁ ଯେଉଁ ଅପରାଧ ପାଇଁ ତାଙ୍କୁ ବହିଷ୍କାର ପାଇଁ ଅନୁରୋଧ କରାଯାଇଥିଲା, ସେଥିପାଇଁ ତାଙ୍କୁ ବହିଷ୍କାର କରାଯାଇଛି। ୨୬ ନଭେମ୍ବର ୨୦୦୮ ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଭାରତ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିବା ପରେ ରାଣାଙ୍କୁ ଆମେରିକାରେ ଗିରଫ କରାଯାଇଥିଲା।
US court approves extradition of 26/11 attack accused Tahawwur Rana to India
Read @ANI Story | https://t.co/kbDYYjnBPf#TahawwurRana #extradition #2008Mumbaiterrorattacks #Pakistan pic.twitter.com/olIf4VfZZo
— ANI Digital (@ani_digital) May 18, 2023
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ୬୨ ବର୍ଷୀୟ ତାହାଓ୍ଵୁର ରାଣାର ସଂପୃକ୍ତି ରହିଛି। ସେ ମୂଳ ପାକିସ୍ତାନୀ ରହିଥିବା ବେଳେ ଆମେରିକାରେ ବ୍ୟବସାୟ କରେ। ଆକ୍ରମଣ ଷଡ଼ଯନ୍ତ୍ର ପ୍ଲାନିଂରେ ସେ ସାମିଲ ରହିଥିଲା। ତାହାଓ୍ଵୁରକୁ ଭାରତ ଆଣିବାକୁ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ମାମଲାର ତଦନ୍ତ କରୁଛି ଏନଆଇଏ। ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।