Below header

ଭୁଲରେ ଯବାନଙ୍କ ବନ୍ଧକରୁ ଫୁଟିଲା ଗୁଳି, ଜଣେ ଯବାନଙ୍କ ମୃତ୍ୟୁ, ଜଣେ ଆହତ

ଭୁଲବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟିବା ଯୋଗୁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କୁରୁତର ହୋଇଛନ୍ତି । ଅଘଟଣଟି ଘଟିଛି ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ।

ଶ୍ରୀନଗର: ଭୁଲବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟିବା ଯୋଗୁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କୁରୁତର ହୋଇଛନ୍ତି । ଅଘଟଣଟି ଘଟିଛି ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ।

ଆଜି ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକ ହଠାତ୍ ଖସିପଡ଼ିଥିଲା । ଫଳରେ ଏଥିରୁ ଗୁଳି ଫାୟାରିଂ ହୋଇ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ଅଧିକାରୀ ଆହତ ହୋଇ ମଡିକାରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଗୁଳି ଚଳିଥିବା ବନ୍ଧୁକର ଯବାନଙ୍କୁ ଗିରଫ କରାଯାଇଛି ।

ପ୍ରୋଟୋକଲ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜମ୍ମୁକଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି | ସେନା ସୂଚନା ଅନୁଯାୟୀ, ୧୪ ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଗୁଳି ଭର୍ତ୍ତି ବନ୍ଧୁକ ସହ ସୈନିକମାନେ ଥିବାବେଳେ ଭୁଲବଶତଃ ଜଣେ ଯବାନଙ୍କ ବନ୍ଧୁକ ତଲେ ପଡଯାଇଥିଲା ।

ବନ୍ଧୁକ ତଳେ ପଡିଯିବାରୁ ସେଥିରୁ ଦୁଇ ରାଉଣ୍ଡ ଗୁଳି ଫାଏରିଂ ହୋଇଯାଇଥିଲା । ଫଳରେ ନିକଟରେ ଥିବା ୨ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଯବାନଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.