ସ୍ୱାମୀର ସାଙ୍ଗ ସାଜିଲା ସୈତାନ, ପଞ୍ଚାମୃତରେ ନିଶା ଦେଇ ବନ୍ଧୁ ପତ୍ନୀଙ୍କୁ ୫ ବର୍ଷ ଧରି କରୁଥିଲା ଦୁଷ୍କର୍ମ, ୫ ଗିରଫ

ମହାରାଷ୍ଟ୍ରର ପାଳଘର ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସାଙ୍ଗ କରିଛି ଦୁଷ୍କର୍ମ । ସ୍ୱାମୀଙ୍କ ଉପରେ କାଲାଯାଦୁର ପ୍ରଭାବ ରହିଛି । ଏ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପାଳଘର ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସାଙ୍ଗ କରିଛି ଦୁଷ୍କର୍ମ । ସ୍ୱାମୀଙ୍କ ଉପରେ କାଲାଯାଦୁର ପ୍ରଭାବ ରହିଛି । ଏଥିରୁ ତାଙ୍କୁ ମୁକ୍ତ କରିବାକୁ ହେଲେ ଘରେ ଅନୁଷ୍ଠାନ କରିବାକୁ ହେବ ବୋଲି କହିଥିଲା ସାଙ୍ଗ । ଫଳରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଉକ୍ତ ସାଙ୍ଗ ଘରେ ଅନୁଷ୍ଠାନ କରିଥିଲା ।

ପଞ୍ଚାମୃତରେ ନିଶା ମିଶାଇ ବନ୍ଧୁ ପତ୍ନୀଙ୍କୁ ପିଇବାକୁ ଦେଇ ଦୁଷ୍କର୍ମ କରୁଥିଲା । ମହିଳାଙ୍କୁ ଏମିତି ୫ ବର୍ଷ ଯାଏ ବଳାତ୍କାର କରି ଆସୁଥିଲା ଉକ୍ତ ଅଭିଯୁକ୍ତ ସାଙ୍ଗ ଓ ତାର ସାଥୀମାନେ । ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଏମାନେ ଏପରି ଅନ୍ୟ କାହା ସହ ଅଘଟଣ ଘଟାଇଛନ୍ତି କି ନାହିଁ ପୋଲିସ ତଦନ୍ତ କରୁଛି ।

ମହାରାଷ୍ଟ୍ରର ଜଣେ ୩୫ ବର୍ଷୀୟ ମହିଳାଙ୍କ ଘରେ ବାସ୍ତୁ ଦୋଷ ଓ କାଲାଶକ୍ତି ଦୂର କରିବା ସହ ପତିଙ୍କ ଉପରେ ଏହାର ପ୍ରଭାବ ନଷ୍ଟ କରିବା ପାଇଁ ଘରେ ଅନୁଷ୍ଠାନ କରିବା ଦରକାର । ମହିଳାଙ୍କୁ ଏହି ବାହାନାରେ ୨୦୧୮ ମସିହାରୁ ତାଙ୍କ ଘରକୁ ଆସି ଅନୁଷ୍ଠାନ କରୁଥିଲା ଉକ୍ତ ଅଭିଯୁକ୍ତ ସ୍ୱାମୀଙ୍କ ବନ୍ଧୁ ।

ପଞ୍ଚାମୃତରେ ନିଶା ମିଶାଇ ଦୁଷ୍କର୍ମ କରିଆସୁଥିଲା । ୨୦୧୯ ରେ ଠାଣେର ପିଉର ଜଙ୍ଗଳରେ ଓ ପରେ କାନ୍ଦିବଲି ସ୍ଥିତ ମଠ ଓ ପରେ ଲୋନାବାଲର ଏକ ରିସୋର୍ଟରେ ଦୁଷ୍କର୍ମ କରିଥିଲା ଉକ୍ତ ଅଭିଯୁକ୍ତ । ଗତ ୧୧ ତାରିଖରେ ୩୫ ବର୍ଷିୟ ଉକ୍ତ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ରବିନ୍ଦ୍ର ଭାଟେ, ଦିଲୀପ ଗାଇକଓ୍ଵାଡ, ଗୌରବ ମାଲବୀ, ମହେନ୍ଦ୍ର କୁମାବତ ଓ ଗଣେଶ କଦମଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.