ବିଚ୍‌ ରାସ୍ତାରେ ଛାତ୍ରୀଙ୍କର ଓଢ଼ଣୀ ଟାଣିଲେ ୩ ଯୁବକ, ତଳେ ପଡି ସେଇଠାରେ ହିଁ ଚାଲିଗଲା ପ୍ରାଣ

ଲେଜରୁ ୩ ଜଣ ଯୁବକ ଫଲୋ କରି ଆସିଲେ । ଆଉ ସାଇକେଲରେ ଯାଉଥିବା ଝିଅଟିର ଓଢ଼ଣୀକୁ ଜୋରସେ ଭିଡିଦେଲେ । ଯାହାପରେ ଝିଅଟି ସାଇକେଲରୁ ପଡିଯାଇ ରାସ୍ତା ଉପରେ କଚାଡି ହୋଇ ପଡିଗଲା । ଆଉ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।

କଲେଜରୁ ପାଠ ପଢ଼ି ଘରକୁ ଫେରୁଥିଲା ଝିଅ । ସାଇକେଲରେ ନିଜ ସାଙ୍ଗ ସହ ଫେରୁଥିଲା ଘରକୁ । ଦୁଇ ସାଙ୍ଗ ଜମା ବି ଜାଣିନଥିଲେ ଯେ ବାଟରେ ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ଆଉ ଏଇଟା ତାର ଶେଷ କଲେଜ୍‌ ଆସିବା ବୋଲି ବି ଜାଣିନଥିଲା ଝିଅଟି । ଦୁଇ ଜଣ ସାଙ୍ଗ କଲେଜରୁ ଘରକୁ ଫେରୁଛନ୍ତି, ଆଉ ପେଟରେ ଥାଏ ଭୋକ । କେମିତି ଘରେ ପହଁଚିବେ କଣ ଦିଟା ଖାଇବେ । କିନ୍ତୁ ଅଧା ବାଟରେ କିଛି ଏମିତି ହୋଇଗଲା ଯେ ଯାହାକୁ କେହି କେବେ କଳ୍ପନା ବି କରିନଥିବେ । କଲେଜରୁ ୩ ଜଣ ଯୁବକ ଫଲୋ କରି ଆସିଲେ । ଆଉ ସାଇକେଲରେ ଯାଉଥିବା ଝିଅଟିର ଓଢ଼ଣୀକୁ ଜୋରସେ ଭିଡିଦେଲେ । ଯାହାପରେ ଝିଅଟି ସାଇକେଲରୁ ପଡିଯାଇ ରାସ୍ତା ଉପରେ କଚାଡି ହୋଇ ପଡିଗଲା । ଆଉ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ।

ହଁ ଆଜ୍ଞା ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲ୍ଲାରେ । ଏଠାରେ ବିଚ୍‌ ରାସ୍ତା ଉପରେ ତିନି ଜଣ ଯୁବକ ଜଣେ ଝିଅଟିର ଓଢ଼ଣୀ ଟାଣି ତାକୁ ମାରିଦେଇଥିବା ଖବର ଏବେ ଚର୍ଚ୍ଚା ଜୋର ଧରିଛି । ଏ ବଦମାସ୍‌ ଯୁବକ ଝିଅଟିକୁ ଏମିତି ଭାବେ ଟାଣିଦେଇଛନ୍ତି ଯେ ଫଳରେ ଅତ୍ୟଧିକ ଆଘାତ ଯୋଗୁଁ ପ୍ରାଣବାୟୁ ଉଡିଗଲା ଝିଅଟିର । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆ ୟୁଜର ପିୟୁସ ରାୟ ଏହି ଭିଡିଓଟିକୁ ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯାହାପରେ ତାତି ଉଠିଛନ୍ତି ୟୁଜର୍ସ । କାହିଁକିନା ଦିିନ ଦ୍ୱିପହରରେ ବିଚ୍‌ ରାସ୍ତାରେ ଗୋଟେ ଝିଅଟିର ଜୀବନ ଏମିତି ଅକାଳରେ ନେଇଗଲେ ଏହି ତିନି ଜଣ ପିଶାଚ ।

encounterଝିଅକୁ ଫଲୋ କରିଥିଲେ ୩ ଜଣ ଅସାମଜିକ ଯୁବକ । ବାଇକରେ ବସି ଆସୁଥିଲେ ତାଙ୍କ ସାଇକେଲ ପଛେ ପଛେ । ଏ ବିଷୟରେ ଆଦୌ ବି ଖବର ନଥିଲା ଏହି ଦୁଇଜଣ ଛାତ୍ରୀଙ୍କୁ । ଏହାପରେ ସେ ତିନି ଜଣ ଯୁବକ ବାଇକକୁ ଆଗକୁ ଆଣି ଛାତ୍ରୀଙ୍କ ସହ ଅଭଦ୍ରାମୀ କରିବାକୁ ଲାଗିଲେ । ଆଉ ସେମାନଙ୍କ ମଧ୍ୟରୁ ପଛରେ ବସିଥିବା ଯୁବକ ଜଣଙ୍କ ଛାତ୍ରୀଙ୍କର ବେକର ଓଢ଼ଣୀକୁ ଟାଣିଦେଲେ । ଯାହାଫଳରେ ସାଇକେଲ ଉପରେ କଣ୍ଟ୍ରୋଲ ହରାଇ କଚାଡି ହୋଇ ତଳେ ପଡିଗଲେ ଛାତ୍ରୀ । ଆଉ ଏହି ସମୟରେ ପଛପଟୁ ଆସୁଥିବା ଆଉ ଏକ ବାଇକ ଉକ୍ତ ଛାତ୍ରୀଙ୍କ ଉପରେ ଚଢ଼ିଗଲା । ଯାହାଫଳରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ପଡିଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ଆଖିବୁଜିଦେଲେ ଛାତ୍ରୀ ।

ଘଟଣାର ସିସିଟିଭିି ଫୁଟେଜ୍‌ ରେକର୍ଡ ହୋଇଥିଲା ଯାହାକୁ ନେଇ ପୋଲିସ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିିଥିଲା । ଏବଂ ଛାତ୍ରୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଲା । ଆଉ ଘଟଣା ଘଟିବାର ଦୁଇଦିନ ପରେ ଅର୍ଥାତ୍‌ ଆଜି ପୋଲିସ ତାର ଜବାବରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ କରିଛି ଏନକାଉଣ୍ଟର । ଗୁଳି ଅଭିଯୁକ୍ତଙ୍କ ଗୋଡରେ ବାଜିଛି । ଗୁଳି ବାଜିବା ପରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଏବଂ ସେମାନଙ୍କୁ ପୋଲିସ ଗିରଫ କରିଛି । ଏହି ସମୟର ଦୃଶ୍ୟ ବି କଏଦ ହୋଇଛି କ୍ୟାମେରାରେ । ଯାହାର ଭିଡିଓ ଆଦିତ୍ୟ ନାମକ ଜଣେ ଟ୍ଵିଟର ୟୁଜର ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି ।

ତେବେ ପରିବାର ଲୋକଙ୍କ କହିବା କଥା ଯେ ପୂର୍ବରୁ ବି ଏହି ଅଭଦ୍ର ବଦମାସ୍‌ ଯୁବକଙ୍କ ବିରୁଦ୍ଧରେ । ସେମାନେ ତାଙ୍କ ଝିଅକୁ କଲେଜ୍‌ ଯିବା ବାଟରେ ଏମିତି ହଇରାଣ କରନ୍ତି । କିନ୍ତୁ ପୋଲିସ ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହି ଅଭିଯାଗ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତେବେ ଯାହା ସୂଚନା ରହିଛି ତିନି ଜଣ ଅଭିଯୁକ୍ତ ଶାହବାଜ, ଅରାବାଜ୍‌ ଏବଂ ଫୈଜଲଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି । ଏନକାଉଣ୍ଟରରେ ଗୁଳି ଲାଗିବା ପରେ ହସ୍ପିଟାଲ ଭର୍ତ୍ତି କରାଯାଇଛି । କିନ୍ତୁ ଏ ଅଭିଯୁକ୍ତ ତିନି ଜଣ ଅକାଳରେ ଜଣେ ଝିଅର ଜୀବନ ନେଇ କଣ ଠିକ୍‌ କଲେ । ଆମେ ତ କହିବୁ ଗୁଳି ଗୋଡରେ ନୁହେଁ ଛାତିରେ ବାଜିଥିଲେ ଭଲ ହୋଇଥାନ୍ତା। ଆଉ ଏମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.