ପୁରୀର କୁଖ୍ୟାତ ଅପରାଧି ଜଗନ୍ ଖଟେଇ ଗିରଫ, ଦୁଇଟି ବନ୍ଧୁକ ଜବତ

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇ ନିକଟରେ ଜାମିନରେ ଆସିଥିବା ଜଗନ ହଳଦିଆ ଛକରେ ବନ୍ଧୁକ ଧରି ବୁଲିବା ସହ ବନ୍ଧୁକ କାରବାରରେ ସଂପୃକ୍ତ ଥାଇ ବେପାର କରିବା ପାଇଁ ଯୋଜନା କରିଥିଲା।

ପୁରୀ(କେନ୍ୟୁଜ୍): କୁଖ୍ୟାତ ଅପରାଧି ତଥା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁରୀ ସଦର ଆମ୍ବପଡ଼ାର ଜଗନ୍ ଖଟେଇଙ୍କୁ ପୁରୀ ସଦର ଥାନା ପୋଲିସ ଗିରଫ କରିଛି।ତା ଠାରୁ ଦୁଇଟି ବନ୍ଧୁକ ,ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି। ଏସପି କେ.ବିଶାଲ ସିଂହଙ୍କ ନିର୍ଦ୍ଦେଶରେ ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ୍।ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇ ନିକଟରେ ଜାମିନରେ ଆସିଥିବା ଜଗନ ହଳଦିଆ ଛକରେ ବନ୍ଧୁକ ଧରି ବୁଲିବା ସହ ବନ୍ଧୁକ କାରବାରରେ ସଂପୃକ୍ତ ଥାଇ ବେପାର କରିବା ପାଇଁ ଯୋଜନା କରିଥିଲା।

ଖବର ପାଇ ସଦର ଏସଡିପିଓ ରବିନାରାୟଣ ଭଞ୍ଜଙ୍କ ନେତୃତ୍ବରେ ସଦର ଥାନା ଆଇଆଇସି ଭାବଗ୍ରାହୀ ନାଥ ଚଢ଼ାଉ କରି ତାକୁ ଗିରଫ କରିଛନ୍ତି। ଜଗନ ନାଁରେ ପୁରୀ ଟାଉନ୍,ସଦର ଓ ବ୍ରହ୍ମଗିରି ଥାନାରେ ୪ ଟି ସଙ୍ଗୀନ ମାମଲା ରହିଛି। ପୁରୀକୁ କ୍ରାଇମ୍ ଫ୍ରି ସିଟିରେ ପରିଣତ କରିବା ପାଇଁ ଏସପିଙ୍କ ନେତୃତ୍ବରେ ପ୍ରୟାସ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.