ଅରୁଣ ଜେଟଲୀଙ୍କ ପରିବାର ତାଙ୍କ ପେନସନ ଟଙ୍କାକୁ ରାଜ୍ୟସଭାର ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ କଲେ ଦାନ

ପୂର୍ବ ଅର୍ଥମନ୍ତ୍ରୀ ଏବଂ ଭାଜପାର ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ପରିବାର ତାଙ୍କର ପେନସନ ନେବା ପାଇଁ ମନା କରିଦେଇଛନ୍ତି। ଜେଟଲୀଙ୍କ ପତ୍ନୀ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖି ପେନସନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଅରୁଣ ଜେଟଲୀଙ୍କ ପତ୍ନୀ ସଂଗୀତା ଜେଟଲୀ ପତ୍ର ଲେଖି ତାଙ୍କ ପେନସନ ରାଶିକୁ ରାଜ୍ୟସଭାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦେଇ ଦେବା ପାଇଁ କହିଛନ୍ତି।

jaitleyସବୁ ପ୍ରକାରର ହିସାବ ପରେ ଅରୁଣ ଜେଟଲୀଙ୍କୁ ୫୦ ହଜାର ପେନସନ ମିଳିଥାନ୍ତା। ତାଙ୍କର ଅଧା ହିସାବରେ ପରିବାରକୁ ମିଳିଥାନ୍ତା ୨୫ ହଜାର ଟଙ୍କା। ମାତ୍ର ତାଙ୍କ ପତ୍ନୀ ଉକ୍ତ ୨୫ ହଜାର ଟଙ୍କା ନେବାକୁ ମନା କରି ଦେଇଛନ୍ତି। ତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ବର୍ଷକୁ ମିଳିବାର ଥିଲା କିନ୍ତୁ ଜେଟଲୀଙ୍କ ପରିବାର ଏହି ପେନସନ ରାଶିକୁ ରାଜ୍ୟସଭାର କାମ କରୁଥିବା କର୍ମଚାରୀଙ୍କୁ ଦେଇଦେବା ପାଇଁ କହିଛନ୍ତି।

arun-jaitleyଅରୁଣ ଜେଟଲୀ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଅଗଷ୍ଟ ୨୪ ତାରିଖରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅଗଷ୍ଟ ୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜେଟଲୀଙ୍କ ପରିବାର କହିଲେ ପତ୍ନୀ ସଂଗୀତା, ଝିଅ ସୋନାଲୀ ଏବଂ ପୁଅ ରୋହନ। ଅରୁଣଙ୍କ ପୁଅ ଏବଂ ଝିଅ ତାଙ୍କ ଭଳି ପେଶାରେ ଓକିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.