ଦିଲ୍ଲୀ ସରକାରଙ୍କ ଦୀପାବଳି ଭେଟି; ୮୦ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ୭,୦୦୦ ଟଙ୍କା ବୋନସ୍
ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି। ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଦୀପାବଳି ଅବସରରେ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଗ୍ରୁପ୍ ବି (ନନ୍ ଗେଜେଟେଡ୍) ଏବଂ ଗ୍ରୁପ୍ ସି କର୍ମଚାରୀଙ୍କୁ ୭,୦୦୦ ଟଙ୍କା ବୋନସ୍ ଭାବରେ ପ୍ରଦାନ କରାଯିବ।

ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୮୦,୦୦୦ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି କର୍ମଚାରୀ ଉପକୃତ ହେବେ। କର୍ମଚାରୀମାନଙ୍କୁ ବୋନସ ଦେବା ପାଇଁ ଦିଲ୍ଲୀ ସରକାର ମୋଟ ୫୬ କୋଟି ଟଙ୍କା ଖର୍ଚ୍ଚ କରିବେ।
ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସିଏମ୍ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ‘ଆମ ସରକାରଙ୍କର ସମସ୍ତ କର୍ମଚାରୀ ମୋ ପରିବାର। ଉତ୍ସବର ଏହି ମାସରେ ଆମେ ଦିଲ୍ଲୀ ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି କର୍ମଚାରୀମାନଙ୍କୁ ୭,୦୦୦ ଟଙ୍କା ବୋନସ୍ ଦେଉଛୁ। ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଦୀପାବଳିର ଅଗ୍ରୀମ ଶୁଭେଚ୍ଛା’।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଗ୍ରୁପ୍ ବି ଏବଂ ଗ୍ରୁପ୍ ସିର ପ୍ରାୟ ୮୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଦୀପାବଳି ଅବସରରେ କର୍ମଚାରୀମାନଙ୍କୁ ୭,୦୦୦ ଟଙ୍କା ବୋନସ ଦେବାରେ ୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେ ଦିଲ୍ଲୀ ସରକାରଙ୍କ କର୍ମଚାରୀମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଦିଲ୍ଲୀର ବିକାଶରେ କର୍ମଚାରୀମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏହାପୂର୍ବରୁ ନଭେମ୍ବର ୧ରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ଅନେକ କର୍ମଚାରୀଙ୍କ ଚାକିରିକୁ ନିୟମିତ କରିବାକୁ ଘୋଷଣା କରିଥିଲେ।
दिल्ली सरकार के सभी कर्मचारी मेरा परिवार हैं। त्योहारों के इस महीने में हम दिल्ली सरकार के ग्रुप B और ग्रुप C के कर्मचारियों को 7000 रूपये का बोनस दे रहे हैं। सभी कर्मचारियों एवं उनके परिवारों को दीपावली की अग्रिम शुभकामनाएँ। https://t.co/eUE15d3XAn
— Arvind Kejriwal (@ArvindKejriwal) November 6, 2023