ରେଳ ଧାରଣାରେ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ମହିଳା, ଉଦ୍ଧାର କଲେ ଲୋକେ

ଜଳେଶ୍ୱର ଥାନା ଅନ୍ତର୍ଗତ ଚୈତନ ସାହୁ ଗଳି ନିକଟସ୍ଥ ରେଳ ଧାରଣାକୁ ଜୀବନ ହାରିବା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚୈତନ ସାହୁ ଗଳି ନିକଟସ୍ଥ ରେଳ ଧାରଣାକୁ ଆତ୍ମହତ୍ୟା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମର ସନ୍ତୋଷ ମୁଖି ମାମୁନି ମୁଖିଙ୍କୁ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ।  ବାହାଘର ୬ ମାସ ପରେ ବିଭିନ୍ନ କାରଣ ପାଇଁ ପାରିବାରିକ କଳହ ଉପୁଜିଥିଲା।

ବିଭିନ୍ନ ସମୟରେ ଛୋଟ ଛୋଟ କଥାକୁ ନେଇ ତାଙ୍କର ସ୍ୱାମୀ ସନ୍ତୋଷ ମାମୁନିଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରୁଥିବା  ସେ  କହିଛନ୍ତି।  ଗତକାଲି ଦିନବେଳା କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ପ୍ରଥମେ ଯୁକ୍ତି ତର୍କ ହେଇ ମାମୁନିକୁ ମାଡ଼ ମାରିବା ସହିତ ଘରୁ ବାହାର କରିଥିଲେ ସନ୍ତୋଷ।  ସ୍ୱାମୀଙ୍କ ଅତ୍ୟାଚାର ସହିନପାରି ରାତି ଅଧାରୁ ମାମୁନି ଘରୁ ବାହାରି ଆତ୍ମହତ୍ୟା କରିବା ପାଇଁ ଜଳେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ।  ସୌଭାଗ୍ଯ ବଶତଃ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଥାନାରେ ଜିମା ଦେଇଥିବା ବେଳେ ଏ ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି। ତେବେ ମହିଳାଙ୍କ ବାପ ଘର ରୁପ୍ସା ଥାନା ଗଡ଼ପଦା ଅଞ୍ଚଳର ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ନ୍ଯାୟ ପାଇଁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.