ଦିଲ୍ଲୀ ପରେ ହରିୟାଣାର ସମସ୍ତ ସରକାରୀ ଏବଂ ବେସକାରୀ ସ୍କୁଲ ବନ୍ଦ, ହେବ ଅନଲାଇନ କ୍ଲାସ

ହରିୟାଣାରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ହରିୟାଣା ଶିକ୍ଷା ବିଭାଗ ଏହାକୁ ନେଇ ଏକ ନୋଟିସ ଜାରି କରିଛି ।

ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଯୋଗୁଁ ସରକାରୀ ସ୍କୁଲ ବନ୍ଦ ହେବା ପରେ ହରିୟାଣାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ହରିୟାଣା ଶିକ୍ଷା ବିଭାଗ ଏହାକୁ ନେଇ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି, ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ସ୍କୁଲ ବନ୍ଦ କରାଯାଉଛି ।

ଏହାସହିତ ସମସ୍ତ ଶ୍ରେଣୀ ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରାଯିବ । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀରେ ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଏବେ ହରିୟାଣାରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଦିଲ୍ଲୀରେ ୩୭ଟି ସ୍ଥାନ ମଧ୍ୟରୁ ୧୮ଟି ସ୍ଥାନରେ ବାୟୁର ଗୁଣବତ୍ତା ଖରାପ ରହିଛି । ଏହି ସ୍ଥାନରେ AQI ଗମ୍ଭୀର ବୋଲି ଜଣାପଡିଛି । ପଞ୍ଜାବୀ ବାଗ, ଦ୍ୱାରକା ସେକ୍ଟର, ଜାହାଁଙ୍ଗୀରପୁରୀ, ରୋହିଣୀ, ନରେଲା, ବଜିରପୁର, ବବାନା, ମୁଣ୍ଡକା, ଆନନ୍ଦ ବିହାର ଏବଂ ନ୍ୟୁ ମୋତି ବାଗ ସହରରେ ବାୟୁର ଗୁଣବତ୍ତା ଖରାପ ରହିଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହି କାରଣରୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୧୦ ନଭେମ୍ବର ୨୦୨୩ ସୁଦ୍ଧା ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିସଂଖ୍ୟାନ ଅନୁସାରେ, ୨୭ ଅକ୍ଟୋବରରୁ ୩ ନଭେମ୍ବର ମଧ୍ୟରେ ଦିଲ୍ଲୀରେ ଏକ୍ୟୁଆଇ ୨୦୦ରୁ ଅଧିକ ବୃଦ୍ଧି ପାଇଁ ୫୦୦ରେ ପହଞ୍ଚିଛି । ପଞ୍ଜାବ ଏବଂ ହରିୟାଣାରେ ପରାଲୀ ଜଳାଇବା ଘଟଣା ଯୋଗୁଁ ଏହା ବଢିବାରେ ଲାଗିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା ସବୁଠାରୁ ଖରାପ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.