POKରେ ଆତଙ୍କବାଦୀଙ୍କ ମୁଣ୍ଡକଟା ମୃତଦେହ ଜବତ, ୨୦୧୮ରେ ଜମ୍ମୁର ସେନା ଶିବିର ଉପରେ କରିଥିଲେ ଆକ୍ରମଣ

ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଜଣେ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଲଶ୍କର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ରବିବାର ଏଠାରେ ଖ୍ୱାଜା ଶାହିଦ ନାମକ ଆତଙ୍କୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। କହି ରଖୁଛୁ, ୨୦୧୮ ମସିହାରେ ଜମ୍ମୁର ସେନା ଶିବିର ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ଖ୍ୱାଜା ଶାହିଦ। କିଛି ଦିନ ତଳେ ତାଙ୍କ ଅପହରଣ ଖବର ସାମ୍ନାକୁ ଆସିଥିଲା।

୨୦୧୮ରେ ଜମ୍ମୁର ସୁଞ୍ଜୁୱାନସ୍ଥିତ ଭାରତୀୟ ସେନାର ଏକ କ୍ୟାମ୍ପ ଉପରେ ଆକ୍ରମଣ ଯୋଜନା କରିଥିବା ନେଇ ଆତଙ୍କୀ ଖ୍ୱାଜା ଶାହିଦଙ୍କ ନାମରେ ଅଭିଯୋଗ ରହିଥିଲା। ଏଜେନ୍ସିଗୁଡ଼ିକ ଅନେକ ଦିନରୁ ତାଙ୍କୁ ଖୋଜାଖୋଜି କରୁଥିଲେ। ସୂଚନାଥାଉ କି, ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୬ ଜଣ ଯବାନ, ଜଣେ ସେନା ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହିପରି ପାଲଟା ଅପରେସନରେ ସେନା ଏହି ଆକ୍ରମଣରେ ଜଡିତ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲା।

ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ୨୦ ମାସ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ବିରୋଧୀ ମୋଟ ୧୮ ଜଣ ଆତଙ୍କବାଦୀଙ୍କର ବିଭିନ୍ନ ଘଟଣାରେ ମୃତ୍ୟୁ ଘଟିଛି। ଗତ ମାସରେ ଉତ୍ତର ୱାଜିରିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀମାନେ ଦିନ ଦ୍ୱିପ୍ରହରରେ ଦାଉଦ ମଲିକ ନାମକ ଆତଙ୍କବାଦୀଙ୍କୁ ଗୁଳି କରିଥିଲେ।

ସୂଚନାନୁସାରେ, ସୁରକ୍ଷା ଏଜେନ୍ସିଗୁଡ଼ିକୁ ଇନପୁଟ୍ ମିଳିଥିଲା କି, ଜମ୍ମୁରେ ଆତଙ୍କବାଦୀମାନେ କିଛି ବଡ଼ ଘଟଣା ଘଟାଇ ପାରନ୍ତି। ନିକଟରେ ଜମ୍ମୁର ସିଧରା ଅଞ୍ଚଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସୁରକ୍ଷା ବାହିନୀ ଏକ ଟିଫିନରୁ ୨ କିଲୋଗ୍ରାମ ID ଜବତ କରିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.