Below header

ଦେଖିଲାନି ଆଖି କାନ, ଦିବ୍ୟାଙ୍ଗ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୋଲିସ୍‌

ପୁଣି ଏମିତି ମାଡ ହୋଇଛି ଯେ ବ୍ୟକ୍ତି ଜଣଙ୍କ ଧରିଗଲେ ମେଡିକାଲ । ହାତ ଫୁଲିଯାଇଛି ଗୋଡ ବି ଫୁଲି ଯାଇଛି । ଦେହ ସାରା ଖାଲି ନାଲି ନାଲି କ୍ଷତ ।

ଛତ୍ରପୁର (କେନ୍ୟୁଜ) : ମାରି ମାରି ନୁଳା ବସାଇଦେଲା ପୋଲିସ । ଦେଖିଲାନି ହାତ ଗୋଡ ଦେଖିଲାନି ଆଖି କାନ । ଯେଉଁଠି ପାରିଲା ସେଇଠି ମାରିଚାଲିଲା ପୋଲିସ । ପୁଣି ଏମିତି ମାଡ ହୋଇଛି ଯେ ବ୍ୟକ୍ତି ଜଣଙ୍କ ଧରିଗଲେ ମେଡିକାଲ । ହାତ ଫୁଲିଯାଇଛି ଗୋଡ ବି ଫୁଲି ଯାଇଛି । ଦେହ ସାରା ଖାଲି ନାଲି ନାଲି କ୍ଷତ । ଏ କ୍ଷତ ଚିହ୍ନକୁ ଦେଖି ଜାଣିପାରୁଥିବେ ଯେ କେତେ ନୃଶଂସ ଭାବେ ତାଙ୍କୁ ମାଡ ଦିଆଯାଉଛି ।

ଆପଣ ପୋଲିସ ମାଡ ତ ଦେଖିଥିବେ । କୁହନ୍ତି ପୋଲିସ ବାବୁଙ୍କ ବାଡି କୁଆଡେ ଭାରି ଟାଣ । ଆଉ ଥରେ ବସିଗଲେ ଏହାକୁ ଭୁଲିବା କଷ୍ଟକର ହୋଇପଡେ । ଏଠି ଏ ଚିହ୍ନ ଦେଖି ଅନୁମାନ ଲଗାଯାଇପାରୁଛି ପୋଲିସ ମାଡକୁ ଲୋକେ କାହିଁକି ଭୟ କରନ୍ତି । ଆଜ୍ଞା ଆପଣ ଏ ବ୍ୟକ୍ତିଙ୍କ ଦେହରେ ଥିବା ମାଡ ଦେଖି ଜାଣିପାରୁଥିବେ ଯେ ପୋଲିସ ବର୍ବରତା । ଯାହା ଚିତ୍ର ଦେଖି ଲାଗୁଛି ଏଠି ମାନବିକତାର ସବୁ ସୀମା ଟପିଯାଇଛି ପୋଲିସ ।

rajendraଆପଣଙ୍କୁ ଦୁଃଖ ଲାଗିବ ଏହା ଜାଣି ଯେ ମାଡ ଖାଇ ଆହତ ହୋଇଥିବା ଏ ବ୍ୟକ୍ତି ଜଣଙ୍କ ଜଣେ ଦିବ୍ୟାଙ୍ଗ । ଯାହାଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଛି ପୋଲିସ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମ ସୁନ୍ଦରପୁର ଗାଁରେ । ଦୀପାବଳୀ ପାଇଁ ପ୍ରତ୍ୟେକ ବର୍ଷ ଏହି ଗାଁ ର କିଛି ଲୋକ ବାଣ ତିଆରି କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କିଛି ଲୋକ ବାଣ ତିଆରି କରିଥିବା ପୋଲିସ ଖବର ପାଇ ଆଜି ଖଲ୍ଲିକୋଟ ପୋଲିସ ଚଢ଼ାଉ କରିଥିଲା ।

ତେବେ ଗାଁର ବିଭିନ୍ନ ଘରୁ ବାଣ ଜବତ କରିଥିବା ବେଳେ ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କ ଘରକୁ ଯାଇଥିଲା ପୋଲିସ । ପରେ ପୋଲିସ ତାଙ୍କୁ ଏକ ରଡରେ ମାଡ ମାରିଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ତେବେ ରାଜେନ୍ଦ୍ର ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଘର ବିଛଣାରୁ ଉଠିପାରନ୍ତି ନାହିଁ । ସେ କେବଳ ନିଜେ ଚଳିବା ପାଇଁ କିଛି ତାଳ ଫୋଟକା ବାଣ କରିଥିବା ରାଜେନ୍ଦ୍ର କହିଛନ୍ତି । ଏନେଇ ରାଜେନ୍ଦ୍ର ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ ଘଟଣାର ତଦନ୍ତ ପାଇଁ ଛତ୍ରପୁର ଏସ୍ଡ଼ିପିଓଙ୍କୁ ଦାୟିତ୍ୱ ଦିଆଯାଇଛି । ଚଢ଼ାଉରେ ସାମିଲ ଥିବା ଟିମ ଲିଡରଙ୍କୁ ମୁଖ୍ୟାଳୟଙ୍କୁ ବଦଳି କରାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଏସପି ଜଗମୋହନ ମିନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.