Below header

ସତରେ କଣ ନିଶା ମହାରଣା ବାହା ହେବେ ଅସ୍ତରଙ୍ଗ ପୁଅକୁ !

ଆଇଟମ ଗର୍ଲ ନିଶା ମହାରଣାଙ୍କ ହଟ ଜଲୱା ଦେଖିବାକୁ ଦର୍ଶକ ମାନେ ସବୁବେଳେ ଇଚ୍ଛା ରଖିଥାନ୍ତି । ନିଶାଙ୍କର ଗୋଟିଏ ଠୁମକା ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିଥାଏ ।

କାକଟପୁର (କେନ୍ୟୁଜ୍‌) : ଆଇଟମ ଗର୍ଲ ନିଶା ମହାରଣାଙ୍କ ହଟ ଜଲୱା ଦେଖିବାକୁ ଦର୍ଶକ ମାନେ ସବୁବେଳେ ଇଚ୍ଛା ରଖିଥାନ୍ତି । ନିଶାଙ୍କର ଗୋଟିଏ ଠୁମକା ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିଥାଏ । ଅସ୍ତରଙ୍ଗର ଲକ୍ଷ୍ମୀ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନିଶା ମହାରଣାଙ୍କୁ ଡକାଯାଇଥିଲା । ନିଶାଙ୍କୁ ସବୁବେଳେ ଦର୍ଶକମାନେ ହଟ ଲୁକରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ଅସ୍ତରଙ୍ଗ ଲକ୍ଷ୍ମୀପୂଜା ପେଣ୍ଡାଲରେ ନିଶା ପ୍ଲାଜୋ ଏବଂ ସାଲୁଆର ପିନ୍ଧିଥିବାର ନଜର ଆସିଥିଲେ ।

ଏହି ଲୁକରେ ନିଶା ବହୁତ ଶାଳୀନତା ର ସହ ନଜର ଆସିଥିଲେ । ନିଶାଙ୍କୁ ଦେଖିବା ପାଇଁ ଆସ୍ତରଙ୍ଗ ଲକ୍ଷ୍ମୀ ମଣ୍ଡପରେ ଦର୍ଶକ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ନିଶା ପେଣ୍ଡାଲ ଉପରକୁ ଚଢି ଦର୍ଶକ ମାନଙ୍କୁ ଶାଳୀନତାର ବ୍ୟବହାର ଦେଖାଇଥିଲେ । ଆଇଟମ ନମ୍ବର କରୁଥିବା ନିଶା ଆଜି ଜଣେ ସାଧାରଣ ଝିଅ ଙ୍କ ପରି କୌଣସି ଅଶାଳୀନ ମନ୍ତବ୍ୟ ଦେଇ ନଥିଲେ । ସବୁଠାରୁ ଚର୍ଚ୍ଚା ରହିଥିଲା ତାଙ୍କ ବିବାହ କୁ ନେଇ । ଅସ୍ତରଙ୍ଗ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଶା ନିଜର ବିବାହ କଥା କହିଦେଇଥିଲେ ।

ନିଶା କହିଲେ ଯେ ତାଙ୍କୁ ଅସ୍ତରଙ୍ଗ ଏବଂ କାକଟପୁର ଲୋକମାନେ ବହୁତ ପସନ୍ଦ ଆସିଥାନ୍ତି । ସେ ଯଦି ବିବାହ କରିବେ ତେବେ ଅସ୍ତରଙ୍ଗ ଏବଂ କାକଟପୁରଙ୍କୁ ବିବାହ କରିବେ । ତାଙ୍କର ଶାଶୂ ଘର ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ହେବ ପାଇଁ ସେ ଚାହୁଁ ଛନ୍ତି । ମନପସନ୍ଦର ପୁଅ ମିଳିଲେ ସେ ଅସ୍ତରଙ୍ଗ ଅଞ୍ଚଳର ଜଣେ ଯୁବକକୁ ବିବାହ କରିବେ । ନିଶାଙ୍କର ଏହି କଥା ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ରୋମାଞ୍ଚ ଭରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.