Below header

LOC ଠାରେ ମହିଳାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ସୁରକ୍ଷା ଦାୟିତ୍ୱ ନେଲେ ଆସାମ ମହିଳା ରାଇଫଲ୍ସ ଟିମ

ଲାଇନ ଅଫ କଣ୍ଟ୍ରୋଲ ବା ଏଲଓସିର ସୁରକ୍ଷା କ୍ଷେତ୍ରରେ ଆସାମ ରାଇଫଲ୍ସ ଏକ ମୁଖ୍ୟ ଭୂମିକା ନିଭେଇ ଆସୁଛି । ଏଠାକାର ସୁରକ୍ଷା କାର୍ଯ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମହିଳା ମାନଙ୍କ ହାତରେ ନ୍ୟସ୍ତ କରାଯାଇଛି । ଭୂମି ଠାରୁ ୧୦୦୦୦ ଫୁଟରୁ ବି ଅଧିକ ଉଚ୍ଚତାରେ ନାର୍କଟିକସ କାରବାର, ନକଲି ମୁଦ୍ରା ନେଣଦେଣ, ବେଆଇନ ହାତ ହତିଆର ତିଆରି ପରି କାର୍ଯ୍ୟ ଉପରେ ନଜର ରଖିବାର ଦାୟିତ୍ୱ ବି ଏହି ଆସାମ ରାଇଫଲ୍ସରେ ନିଯୁକ୍ତ ମହିଳା ମାନଙ୍କୁ ହିଁ ଦିଆଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେର ଖୁବ ନିକଟବର୍ତ୍ତୀ ଅଂଚଳରେ ହିଁ ଏହି ସ୍ଥାନ ଅବସ୍ଥିତ । ଏହି କାରଣରୁ ପାକିସ୍ତାନି ଆତଙ୍କବାଦୀ ମାନେ ଅବାଧ ପ୍ରବେଶ କରିବା ସହ ବେଆଇନ କାରବାର ମାନ ସହଜରେ ଚଳାଇଥାନ୍ତି । ସୂଚନା ଦେବା ଉଚିତ ହେବକି, ଏଲଓସି ନିକଟସ୍ଥ ତଙ୍ଗଧର ଓ ତିଥବାଳ ଅଞ୍ଚଳରେ ଭାରତର ପାଖାପାଖି ୪୦ଟି ଗାଁ ଅବସ୍ଥିତ । ଏହି ସମସ୍ତ ଗାଁ ଗୁଡିକୁ ଯିବା ଆସିବା କରୁଥିବା ଗାଡି ଗୁଡିକ ପାସ ଦେଇ ଅତିକ୍ରମ କରି କାଶ୍ମୀରର ଦ୍ଵିତୀୟ ଭାଗରେ ପ୍ରବେଶ କରିଥାନ୍ତି ।

ଏହି ଗାଡି ଗୁଡିକର ତଲାସ ନେବା ଦାୟିତ୍ୱ ମଧ୍ୟ ସେନା ଉପରେ ହିଁ ନ୍ୟସ୍ତ ଥାଏ । କିନ୍ତୁ ଯାତ୍ରୀ ମାନଙ୍କ ମଧ୍ୟରେ ମହିଳା ମାନେ ରହୁଥିବାରୁ ସେମାନଙ୍କ ଖାନ ତଲାସୀ କରିବାରେ ବାଧା ଉପୁଜି ଥାଏ । ବିଶେଷତଃ ଏହି କାରଣରୁ ହିଁ ପ୍ରଥମ ଥର ପାଇଁ ଆସାମ ରାଇଫଲ୍ସର ମହିଳା ପ୍ଲାଟୁନକୁ ନିଯୁକ୍ତି ଦିଆଯାଇଛି । ୯ ମହିଳା ସଦସ୍ୟ ଥିବା ଏହି ପ୍ଲାଟୁନ ଜଣେ ମହିଳା କ୍ୟାପଟେନଙ୍କ ନେତୃତ୍ୱରେ ହିଁ କାର୍ଯ୍ୟ କରିବେ । ଏମାନେ ମହିଳା ଯାତ୍ରୀ ମାନଙ୍କର ହିଁ ଖାନ ତଲାସୀ ନେବେ । ଆହୁରି ମଧ୍ୟ ଏହି ସ୍ଥାନର ପାଣି ପାଗ କ୍ଷିପ୍ରରେ ବଦଳି ଥାଏ । ପ୍ରବଳ ବେଗର ପବନ ସହ ବର୍ଷା ଓ ବରଫପାତ ସାଧାରଣ ଜୀବନ ଯାତ୍ରା ଉପରେ ଗଭୀର ପ୍ରଭାବ ପକାଇଥାଏ । କିନ୍ତୁ ଏପରି ଏକ ଭୟଙ୍କର ସ୍ଥିତି ସମୟରେ ନିଜ କର୍ତ୍ତବ୍ୟରୁ ତିଳେ ମାତ୍ର ଓହରି ଯାଆନ୍ତି ନାହିଁ ଦାୟିତ୍ୱରେ ଥିବା ଆର୍ମିର ମହିଳା ଅଧିକାରୀ ମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.