Below header

ଶିକାର ପାଇଁ ଏଭଳି ଦୁଃସାହସିକ କାର୍ଯ୍ୟ କରିପାରେ ବାଘ, ଥରେ ଦେଖନ୍ତୁ ଏହି ଛାତିଥରା ଭିଡିଓ

ଆପଣ କେବେ ପାହାଡ଼ରୁ ଖସି ପଡିଛନ୍ତି କି ? ବର୍ତ୍ତମାନ ଆପଣ ଭାବୁଥିବେ ଯେ ଇଏ କି ଅଜବ ପ୍ରଶ୍ନ ..କିନ୍ତୁ ଯିଏ ପାହାଡ଼ରୁ ଖସିଥିବେ ସେମାନେ ହିଁ ଜାଣିଥିବେ ତାର କଷ୍ଟ । ପାହାଡ଼ରୁ ଖସିଲା ପରେ କାହାର ଜୀବନ ରହିବ କି ନାହିଁ ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ । କାରଣ ଏକ ବିରାଟ ପାହାଡ଼ରୁ ଖସିବା ପରେ ଆଘାତ କିପରି ଲାଗେ ତାହା ଆପଣ ବୁଝିପାରୁଥିବେ । ତେବେ ଆଜି ଆମେ ଜଣେ ମଣିଷର ନୁହେଁ ଏକ ବାଘ ବିଷୟରେ କହିବାକୁ ଯାଉଛୁ ଯାହାର ଭିଜୁଆଲ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।


ନିଜର ଶିକାର ପାଇଁ ବାଘ କିଛି ବି କରିପାରେ ତାହା ତ ଆପଣ ଜାଣିଥିବେ କିନ୍ତୁ ଏଭଳି ଦୁଃସାହସିକ କାର୍ଯ୍ୟ ବି କରିପାରେ ଯାହା ଆପଣ ଦେଖିବା ପରେ ହିଁ ବିଶ୍ୱାସ କରିପାରିବେ । ଟିକେ ଭଲଭାବରେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଶିକାର ଉଦ୍ଦେଶ୍ୟରେ ପାହାଡ଼ ଉପରେ ବୁଲୁଥିବା ଏହି ବାଘଟି ନିଜ ଶିକାରକୁ ଦେଖିସାରିବା ପରେ କିପରି ଭାବେ ଷ୍ଟଣ୍ଟ ନେଉଛି । ଏମିତି ଷ୍ଟଣ୍ଟ ଯାହା ତା ଜୀବନ ଉପରେ ବିପଦ ସୃଷ୍ଟି କରିପାରେ । ଭିଡ଼ିଓଟିକୁ ପ୍ରବୀଣ କାଶୱାନ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଆଉ ଲେଖିଥିଲେ ଯେ ହିମବାଘକୁ ପାହାଡର ଭୁତ କୁହାଯାଇଥାଏ । ଟିକିଏ ଦେଖନ୍ତୁ ତାର ଷ୍ଟ୍ରେନ୍ଥକୁ ।

ଆପଣ ଦେଖିପାରୁଥିବେ ଯେ ଶିକାର ପାଇଁ ବାଘଟି କେଉଁ ସ୍ଥାନରୁ ପଡି କେଉଁ ସ୍ଥାନରେ ପହଁଚୁଛି । ପାହାଡର ଶିଖରରୁ ପଡି ସେ ତଳେ ପହଂଚି ଯାଉଛି କିନ୍ତୁ ତାର କିଛି ବି କ୍ଷତି ହେଉନାହିଁ । ସେ ନିଜର ବାଲାନ୍ସ ଠିକ ରଖିପାରୁଛି । ସେ ଯାହାବି କୁହନ୍ତୁ ଏକଥା ତ ପ୍ରମାଣିତ ଯେ ପ୍ରକୃତରେ ବାଘ ହେଉଛି ଜଙ୍ଗଲର ଷ୍ଟଣ୍ଟମ୍ୟାନ ଯାହାର ପ୍ରମାଣ ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ ପାଈଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.