କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମିନିଟିଏ ନିରବ ପ୍ରାର୍ଥନା, ସାରା ଓଡିଶା ଜଣାଇଲା ସମ୍ମାନ

କେନ୍ୟୁଜ୍(ବ୍ୟୁରୋ):  କରୋନା ଯୋଦ୍ଧାଙ୍କ ପାଇଁ ମିନିଟିଏ ନିରବ ପ୍ରାର୍ଥନା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସାରା ଓଡିଶା ଜଣାଇଲା ସମ୍ମାନ। ସମାନ ୬ ଟାରେ ଆରମ୍ଭ ହୋଇ ୬ଟା ୧ରେ ସରିଥିଲା ନୀରବ ପ୍ରାର୍ଥନା ।  ୧ ମିନିଟ୍ ଲାଗି ଅଟକି ଯାଇଥିଲା ଜୀବନଯାତ୍ରା। ରାସ୍ତଘାଟ, ବଜାରଘାଟ ସବୁଠି ଲୋକେ କାମଛାଡ଼ି ନିରବରେ ଠିଆ ହୋଇ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟବାସୀ ଯିଏ ଯେଉଁଠାରେ ଥିଲେ ସେଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନିରବ ପ୍ରାର୍ଥ‌ନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆ‌ରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି।

ଏହାପରେ ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟକୁ କ‌ୋଭିଡ୍ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି।

 

୧- ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି।

୨- କ‌ୋଭିଡ୍ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ।

୩-  ପ୍ରତିଟି ଲୋକର ଲଢ଼େଇ।

୪- ଏ ଲଢ଼େଇରେ ମୁଁ ବି ସାମିଲ୍।

୫- କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ।

୬- ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି।

୭- କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ୍ କରିବି।

୮- ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଏବଂ ମାନବ ଜାତି ବି ଜିତିବ।

ଯାଜପୁରରେ  କୋଭିଡ ଯୋଦ୍ଧାଙ୍କ ପାଇଁ ଜିଲା ସ୍ତରୀୟ ନିରବ ପ୍ରାର୍ଥନା କରାଯାଇଛି। ଜିଲାପାଳ ଅଫିସ ପରିସର ରେ ଅନୁଷ୍ଠିତ ଏହି ନିରବ ପ୍ରାର୍ଥନା କାର୍ଯ୍ୟକ୍ରମ ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି କୋବିଡ଼ ଯୋଦ୍ଧା ଙ୍କ ତ୍ୟାଗ କୁ ପ୍ରଶଂସା କରଯାଇଥିଲା।

jajpur1

ସେହିଭଳି ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଧର୍ମଶାଳା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଛି। ଏଥିସହ ନିଜେ, ନିଜର ପରିବାରକୁ ସଂକ୍ରମଣରୁ ଦୁରେଇ ରଖିବା ସହ ସମସ୍ତ ନୀତି ନିୟମକୁ ପାଳନ କରିବାକୁ ଶପଥ ନେଇଛନ୍ତି।

biju chhatra janata dal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.