ଗୋଟେ ଛୋଟ ଭୁଲ ନିଷ୍ପତ୍ତି ଧ୍ୱଂସ କରିଦେଲା ବେରୁତ ସହର, ଜାଣନ୍ତୁ କାହିଁକି ଘଟିଲା ଏତେବଡ଼ ଭୟଙ୍କର ବିସ୍ଫୋରଣ ?

ଲେବାନନର ରାଜଧାନୀ ବେରୁତରେ ଗତକାଲି ସନ୍ଧ୍ୟାରେ ଘଟିଗଲା ପ୍ରଳୟ ଲୀଳା । ଘଟିଲା ଭୟଙ୍କର ବିସ୍ଫୋରଣ । ଦୋହଲିଗଲା ସାରା ସହର । ଅଚାନକ ହୋଇଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ ପ୍ରାୟ ୧୦ ରୁ ୨୦କିଲୋମିଟର ପର୍ଯ୍ୟନ୍ତ ସବୁକିଛି ଧ୍ୱଂସ କରି ଦେଇଛି । ଏଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ସିନା ଜାରି ରହିଛି ହେଲେ ଧ୍ୱଂସସ୍ତୂପ ତଳୁ ମୃତାହତଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି ଉଦ୍ଧାରକାରୀଙ୍କ ପାଇଁ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏପରି ଭୟଙ୍କର ବ୍ଲାଷ୍ଟ ହେଲା କାହିଁକି ? ଏହି ବ୍ଲାଷ୍ଟ ପଛରେ କଣ ରହିଛି କାରଣ ? ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ତ ? କାରଣ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସାରା ଦେଶରେ ଏହି ବ୍ଲାଷ୍ଟର ଶବ୍ଦ ଶୁଣିବାକୁ ମିଳିଛି, ତାହେଲେ ଆସନ୍ତୁ ଜାଣିବା ଏହି ଭୟଙ୍କର ବିସ୍ଫୋରଣ ପଛରେ କଣ ରହିଛି କାରଣ…?

Lebanon blast: reactions | World offers support, condolences - The ...

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ସମସ୍ତ ବିଲଡିଂ ଜଳି ଯାଇଥିଲା , ଗାଡି ଗୁଡିକ ଓଲଟି ପଡି ନଷ୍ଟ ହୋଇଯାଇଥିଲା ଏବଂ ଲୋକମାନଙ୍କର କବାଟ ଝରକା ସବୁ ଛିନ୍‌ଛତ୍ର ହୋଇ ଯାଇଥିଲା । ଲେବାନନ୍‌ ସରକାର ଏହାକୁ ଏକ ଦୁର୍ଘଟଣା କହି ଚାଲିଛନ୍ତି ..କିନ୍ତୁ ଘଟଣା ପଛରେ ରହିଛି ଆଉ ଏକ ବଡ଼ କାରଣ ତାହେଲେ ଶୁଣନ୍ତୁ କଣ ସେହି କାରଣ ।

୨୦୧୩ ମସିହା ସ୍ୱେପେମ୍ବର ମାସ । ସେହି ସମୟରେ ଗୋଟେ ଜାହାଜ ଜର୍ଜିଆରୁ ମୋଜାମ୍ବିକ ଯାଉଥିଲା । ରାସ୍ତାରେ ଏହି ଜାହାଜଟି ଲେବାନନର ବେରୁତ ବନ୍ଦର ପାଖରେ ଅଟକିଥିଲା । କାରଣ ଜାହାଜରେ କିଛି ତ୍ରୁଟି ଦେଖା ଦେଇଥିଲା । ତେବେ ସେତେବେଳେ ବେରୁତ ବନ୍ଦରରେ ଜାହାଜର ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ସେଥିରେ ପାଖାପାଖି 2750 ଟନର ଏମୋନିଅମ ନାଇଟ୍ରେଟ ରହିଥିଲା । ଆଜ୍ଞା ହଁ ସେହି ଏମୋନିୟମ ନାଇଟ୍ରେଟ ଯାହାକୁ ସାଧାରଣତଃ ସାର ତିଆରିରେ ବ୍ୟବହାର କରାଯାଏ । କିନ୍ତୁ ଏଥିରେ ଯଦି ଆପଣ କିଛି ବିସ୍ଫୋରକ ପଦାର୍ଥ ଯେପରିକି ଆଲୁମିନିୟମ ପାଉଡର କିମ୍ବା ଫୁଏଲ୍‌ ଅଏଲ ମିଶାଉଛନ୍ତି ତାହେଲେ ଏହା ବହୁତ ଭୟଙ୍କର ଭାବେ ବ୍ଲାଷ୍ଟ କରିବ । ସେଥିପାଇଁ ବର୍ତ୍ତମାନ କିଛି ଦେଶ ଏହାକୁ ଖୋଲାଖୋଲି ଭାବେ କୃଷକମାନଙ୍କୁ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି , ତେବେ ଯେତେବେଳେ ଏହି ଜାହାଜରେ ଏତେ ମାତ୍ରାରେ ଆମୋନିୟମ ନାଇଟ୍ରେଟ ମିଳିଲା ସେତେବେଳେ ଜାହାଜର କାଗଜପତ୍ର ଗୁଡିକ ଯାଞ୍ଚ କରାଗଲା । ସେସବୁ କାଗଜପତ୍ର ସଠିକ ନଥିଲା । ତେଣୁ ବେରୁତ ବନ୍ଦର ଅଫିସରମାନେ ଏହି ଜାହାଜକୁ ଆଗକୁ ଯିବାକୁ ଅନୁମତି ଦେଇନଥିଲେ । ଶେଷରେ ଜାହାଜର ମାଲିକ ସେହି ଜାହାଜକୁ ସେହିଠାରେ ହିଁ ଛାଡି ଦେଇଥିଲେ । ଆଉ ସେତେବେଳେ ଜାହାଜଟି ସମ୍ପୂର୍ଣ୍ଣ ଭାବେ ଲେବନାନର ହୋଇଗଲା । କିନ୍ତୁ ସମସ୍ୟା ଏହା ଥିଲା ଯେ ଏତେଗୁଡିଏ ଆମୋନିୟମ ନାଇଟ୍ରେଟ ରଖାଯିବ କେଉଁଠି ..? ଦୁଇ ବର୍ଷ ଧରି ଏଇ ଚିନ୍ତା ଚାଲିଲା । ଶେଷରେ 2015 ମସିହାରେ ବେରୁତ ବନ୍ଦର ନିକଟରେ ଥିବା ଏକ ବଡ଼ ଗୋଦାମ ଘରେ ଏହି ଆମୋନିୟମ ନାଇଟ୍ରେଟ ରଖାଯାଇଥିଲା ଯାହାକି ସରକାରଙ୍କର ଏକ ଚରମ ଅବହେଳା ଥିଲା ବୋଲି ମଧ୍ୟ କୁହାଯାଇପାରିବ । କାରଣ ବନ୍ଦର ଭଳି ଏକ ଜନବହୁଳ ସ୍ଥାନରେ ଏତେ ଭାରି ମାତ୍ରାରେ ବିପଜ୍ଜନକ ଆମୋନିୟମ ନାଇଟ୍ରେଟ ରଖିବା ଏକ ବହୁତ ବଡ଼ ଭୁଲ ନିଷ୍ପତ୍ତି ନୁହେଁ କି ?

Thousands Injured in Giant Beirut Blast

ଆଜ୍ଞା ହଁ ଆପଣ ଠିକ ଭାବିଛନ୍ତି 2015 ମସିହାରୁ ସେଠାରେ ପଡି ରହିଥିବା ଆମୋନିୟମ ନାଇଟ୍ରେଟ ବର୍ତ୍ତମାନ ତାର ଗୁଣ ଦେଖାଇଛି । ହୋଇଛି ଭୟଙ୍କର ବିାସ୍ଫାରଣ । ଆପଣ ଭିଡିଓ ଦେଖି ଜାଣିପାରୁଥିବେ । ଦେଖିପାରୁଥିବେ ଯେ ବ୍ଲାଷ୍ଟ ହୋଇଥିବା ସ୍ଥାନରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଆଖଆଖରେ ଥିବା ସମସ୍ତ ବିଲଡିଂ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଏହାକୁ ଏକ ଛୋଟ ନ୍ୟୁକ୍ଲିୟର ବିସ୍ଫୋରଣ କହିଲେ ଭୁଲ ହେବ ନାହିଁ । ଲେବାନନ୍‌ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ବିସ୍ଫୋରଣରେ ପ୍ରାୟ ଅଧା ସହର ଧ୍ୱଂସ ହୋଇଯାଇଛି । ଏମିତିକି ରାସ୍ତାର ବିଭିନ୍ନ ସ୍ଥାନରେ ଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳୁଛି । ଏହି ଘଟଣା ପରେ ରାଷ୍ଟ୍ରପତି ମାଇକେଲ ଆଉନ ସୁପ୍ରିମ ଡିଫେନ୍ସ କାଉନସିଲର ବୈଠକ ଡ଼କାଇଛନ୍ତି। ଘଟଣା ଘଟି ସାରିଛି । ଏବେ ଉଦ୍ଧାର ଓ ଥଇଥାନ କାମ ହେଉଛି ସେଠାକାର ସରକାରଙ୍କ କାମ । ହେଲେ ଆମୋନିୟମ ନାଇଟ୍ରେଟ ଭଳି ଏକ ବିପଜ୍ଜନକ ବିସ୍ଫୋଟକକୁ ଜନବସତି ଅଞ୍ଚଳରେ ପୁଣି ଏତେ ପରିମାଣରେ ରଖିବାକୁ କିଏ ଚିନ୍ତା କଲା ? ଏବେ ତାର ଭୟଙ୍କର ପରିଣାମ ଭୋଗୁଛନ୍ତି ଦିରୀହ ଜନତା । ବୋଧହୁଏ ୨୦୨୦ ବର୍ଷ କେବଳ ବିପଦ ପରେ ବିପଦ ଭେଟି ଦେବାକୁ ଆସିଛି । କରୋନାରେ କବଳିତ ସାରା ବିଶ୍ୱ ପାଇଁ ଆଉ ଏକ ଝଟ୍‌କା ଦେଇଛି ବେରୁତ୍‌ ବିସ୍ଫୋରଣ । ଯେଉଁଥିରେ ଅଧା ବେରୁତ୍‌ ସଫା ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.