Below header

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆଜିଠାରୁ ଆରମ୍ଭ, ଜାଣନ୍ତୁ କେଉଁ ଦିନ କେଉଁ କାର୍ଯ୍ୟ ହେବ

ଆଜିଠାରୁ ଆରମ୍ଭ ହେଉଛି ରାମ ମନ୍ଦିର ପ୍ରତିଷ୍ଠା ସମାରୋହର କାର୍ଯ୍ୟକ୍ରମ । ଆଜିଠାରୁ ୭ ଦିନ ଯାଏଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିବ । ଆସନ୍ତା ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ ।

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜିଠାରୁ ଆରମ୍ଭ ହେଉଛି ପ୍ରତିଷ୍ଠା ସମାରୋହର କାର୍ଯ୍ୟକ୍ରମ । ଆଜିଠାରୁ ୭ ଦିନ ଯାଏଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିବ । ଆସନ୍ତା ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହାର ୫ ଦିନ ପୂର୍ବରୁ ଅର୍ଥାତ ଆଜିଠୁ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି ।

ଆଜି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ । ମନ୍ଦିର ଟ୍ରଷ୍ଟ ଦ୍ୱାରା ନିୟୋଜିତ ଯଜମାନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସରଯୁ ନଦୀ କୂଳରେ ଦଶବିଧି ସ୍ନାନ, ବିଷ୍ଣୁପୂଜା ଏବଂ ଗାଈ ତର୍ପଣ ହେବ ।

ସେହିପରି ଜାନୁଆର ୧୭ରେ ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ । ମଙ୍ଗଳ କଳସ ସରଯୁରୁ ନଦୀରୁ ନେଇ ଭକ୍ତ ମନ୍ଦିରରେ ପହଞ୍ଚିବେ ।

ଜାନୁଆରୀ ୧୮ ତାରିଖରେ ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଏବଂ ବାସ୍ତୁ ପୂଜା ହେବ ।

ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି।

ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ରାମମନ୍ଦିର ଗର୍ଭଗୃହକୁ ସରଯୁ ଜଳରେ ସ୍ନାନ କରାଯିବ । ଏହାପରେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି ।

୨୧ ତାରିଖରେ ରାମଲଲାଙ୍କ ମୂର୍ତ୍ତି ୧୨୫ କଳସ ସ୍ନାନ କରାଯିବ ଏବଂ ପ୍ରଭୁଙ୍କୁ ଆରାମ ଦିଆଯିବ ।

ଜାନୁଆରୀ ୨୨ ତାରିଖରେ ୧୨.୩୦ରୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପରେ ରାମଲଲାଙ୍କ ମୂର୍ତ୍ତିକୁ ଅଭିଷେକ କରାଯିବ ।

ସୂଚନା ମୁତାବକ, ରାମ ମନ୍ଦିର ୨୧ ଓ ୨୨ ତାରିଖରେ ଭକ୍ତ ପାଇଁ ବନ୍ଦ ରହିବ । ଏହାପରେ ୨୩ ତାରିଖରୁ ଭକ୍ତଙ୍କ ପାଇଁ ଦର୍ଶନ ଓ ପୂଜା କରିବା ପାଇଁ ମନ୍ଦିର ଖୋଲାଯିବ ।

ରାମମନ୍ଦିର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ହେବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରାୟ ୭ ହଜାରରୁ ଅଧିକ ପ୍ରତିଷ୍ଠିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.