Below header

ଘନ କୁହୁଡ଼ି: ଗ୍ରେଟର ନୋଏଡାରେ ୧୦ ଗାଡ଼ି ପରସ୍ପର ସହ ଧକ୍କା, ଅନେକ ଯାତ୍ରୀ ଆହତ

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଦାଦ୍ରି ଥାନା ଅଧୀନ ବାଇପାସ୍‌ ନିକଟରେ ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଛନ୍ତି, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି ।

ଘନ କୁହୁଡ଼ି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଦୁର୍ଘଟଣାମାନ ଘଟୁଛି । ସକାଳ ସମୟରେ କମ୍‌ ଦୃଶ୍ୟମାନ ହେତୁ ଗାଡ଼ିଗୁଡ଼ିକ ପରସ୍ପର ସହ ପିଟି ହୋଇଯାଉଛନ୍ତି । ଏବେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ମଧ୍ୟ ଏହିପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଦାଦ୍ରି ଥାନା ଅଧୀନ ବାଇପାସ୍‌ ନିକଟରେ ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଛନ୍ତି, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ଲୋ ଭିଜିବିଲିଟୀ କାରଣରୁ ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତ କିଛି ଦିନ ହେବ ଗ୍ରେଟର ନୋଏଡାରେ ଲଗାତାର ଭାବେ ଘନ କୁହୁଡ଼ି ଜାରି ରହିଛି । ମଙ୍ଗଳବାର ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଇ ନ ଥିଲା । କମ୍‌ ଦୃଶ୍ୟମାନ ହେତୁ ଦାଦ୍ରି ବାଇପାସ୍‌ଠାରେ ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲେ । ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଟ୍ରକ୍‌, କ୍ୟାଣ୍ଟର, କାର୍‌ ଆଦି ସାମିଲ ରହିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତା ଉପରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଦାଦ୍ରି ପୋଲିସ କହିଛି, ବାଇପାସ୍‌ ନିକଟରେ ମଙ୍ଗଳବାର ସକାଳେ ଭିଜିବିଲିଟୀ ବହୁତ କମ୍‌ ଥିଲା, ଯେଉଁ କାରଣରୁ ଅଣ୍ଡରପାସ୍‌ରେ ଏକ କ୍ୟାଣ୍ଟର ଲେଫ୍ଟ ଟର୍ଣ୍ଣ ନେଉଥିଲା । ଏହି ସମୟରେ ପଛରୁ ଆସୁଥିବା ଟ୍ରକ୍‌ କ୍ୟାଣ୍ଟରରେ ପିଟି ହୋଇଯାଇଥିଲା ଏବଂ ଏହାପରେ ଏକ ମାରୁତି କାର୍‌ ଆସି ଧକ୍କା ହୋଇଥିଲା । ଏହିପରି ପାଖାପାଖି ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.