ବର୍ଷାରେ ଭିଜିବ ଓଡ଼ିଶା, ୨ ଦିନ ବର୍ଷା ସମ୍ଭାବନା

ରାଜ୍ୟରେ ୨ ଦିନ ବର୍ଷିବ ବର୍ଷା । ୧୭ ତାରିଖରେ ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼,ସମ୍ବଲପୁର, କେନ୍ଦୁଝର,ମୟୁରଭଞ୍ଜ,ଦେବଗଡ଼ର କିଛି ସ୍ଥାନରେ ବର୍ଷା ହୋପାରେ ।

ଭୁବନେଶ୍ୱର : ରାଜ୍ୟରେ ୨ ଦିନ ବର୍ଷିବ ବର୍ଷା । ୧୭ ତାରିଖରେ ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼ର କିଛି ସ୍ଥାନରେ ବର୍ଷା ହୋପାରେ । ସେହିପରି ଅନୁଗୁଳ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ସୋମବାରଠାରୁ ଉପକୂଳରେ ଶୀତର ପ୍ରଭାବ ସାମାନ୍ୟ କମିଛି । ଭୁବନେଶ୍ୱର ଓ କଟକ ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଶୀତ କମ୍‌ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀଙ୍କ ଆକଳନ ଅନୁଯାୟୀ, ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୨ ଦିନ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.