ଆଉ ମିଳିବନି ଫ୍ରି 5G ସର୍ଭିସ, ମହଙ୍ଗା ହୋଇପାରେ Jio-Airtel ରିଚାର୍ଜ ପ୍ଲାନ

5G ଇଣ୍ଟରନେଟ୍ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟ ଗ୍ରାହକ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ମାଗଣାରେ 5G ବ୍ୟବହାର କରୁଛନ୍ତି ତେବେ ଏହି ଅଫର ଚଳିତ ବର୍ଷ ଶେଷ ହୋଇପାରେ । ଦେଶର ଦୁଇଟି ବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କର ଅନଲିମିଟେଡ଼ 5G ଡାଟା ପ୍ଲାନ ବନ୍ଦ କରିପାରନ୍ତି ।

5G ଇଣ୍ଟରନେଟ୍ ବ୍ୟବହାର କରୁଥିବା କୋଟି କୋଟି ଭାରତୀୟ ଗ୍ରାହକ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ମାଗଣାରେ 5G ବ୍ୟବହାର କରୁଛନ୍ତି ତେବେ ଏହି ଅଫର ଚଳିତ ବର୍ଷ ଶେଷ ହୋଇପାରେ । ଯଦି ଏଭଳି ହେଲା ତେବେ ଲୋକଙ୍କୁ 5G ବ୍ୟବହାର କରିବାକୁ ପଇସା ଦେବାକୁ ପଡିବ । ଦେଶର ଦୁଇଟି ବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କର ଅନଲିମିଟେଡ଼ 5G ଡାଟା ପ୍ଲାନ ବନ୍ଦ କରିପାରନ୍ତି । ୨୦୨୪ରେ ଏହା କରାଯାଇପାରେ ବୋଲି ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ନୂଆ ରିଚାର୍ଜ ପ୍ଲାନଗୁଡିକ ବର୍ତ୍ତମାନର 4G ରିଚାର୍ଜ ହାର ତୁଳନାରେ ଅତି କମରେ ୫-୧୦% ମହଙ୍ଗା ହୋଇପାରେ । ବିଶ୍ଳେଷକମାନେ କହିଛନ୍ତି ଯେ ଏହା କରିବା ଦ୍ୱାରା ମୁଦ୍ରୀକରଣ ବୃଦ୍ଧି ହେବ ଏବଂ ରେଭେନ୍ୟୁ ବୃଦ୍ଧି ପାଇବ । ଅକ୍ଟୋବର ୨୦୨୨ ରେ, ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଭାରତରେ 5G ସର୍ଭିସ ଆରମ୍ଭ କରିଥିଲେ । ସେବେଠାରୁ ଉଭୟ କମ୍ପାନୀ କେବଳ 4G ମୂଲ୍ୟରେ 5G ଇଣ୍ଟରନେଟ୍ ସର୍ଭିସ ଯୋଗାଉଛନ୍ତି ।

ଅନଲିମିଟେଡ଼ 5G ଡାଟା ପାଇଁ ୟୁଜର୍ସମାନଙ୍କ ଠାରୁ କୌଣସି ଅଲଗା ଚାର୍ଜ ନିଆଯାଏ ନାହିଁ । କିନ୍ତୁ ଏବେ ଫ୍ରି ଅନଲିମିଟେଡ଼ 5G ଇଣ୍ଟରନେଟ୍ ଅଫରର ଯୁଗ ଶେଷ ହୋଇପାରେ । ଦେଶର ଉଭୟ ଅଗ୍ରଣୀ ଟେଲିକମ୍ କମ୍ପାନୀ ସମଗ୍ର ଦେଶରେ 5G ସର୍ଭିସ କଭରେଜ୍ ପ୍ରଦାନ କରିବାକୁ ପ୍ଲାନ କରୁଛନ୍ତି । ବର୍ତ୍ତମାନ ସେମାନଙ୍କର ଧ୍ୟାନ କେବଳ ରୋଜଗାର ବୃଦ୍ଧି ଉପରେ ରହିବ । ଦେଶରେ 5G ସର୍ଭିସ ଯୋଗାଇବାରେ ଉଭୟ ଜିଓ ଏବଂ ଏୟାରଟେଲ କମ୍ପାନୀ ଅଗ୍ରଣୀ ହୋଇଥିଲେ । ସାରା ଦେଶରେ ପ୍ରାୟ ୧୨.୫ କୋଟି 5G ୟୁଜର ଅଛନ୍ତି ।

ଭାରତରେ 5G ୟୁଜରଙ୍କ ସଂଖ୍ୟା ୨୦୨୪ ଶେଷ ସୁଦ୍ଧା ୨୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ରିଲାଏନ୍ସ ଜିଓ ଏବଂ ଏୟାରଟେଲର 5G ପ୍ଲାନଗୁଡିକ 4G ପ୍ଲାନ ଅପେକ୍ଷା ୫-୧୦ ପ୍ରତିଶତ ମହଙ୍ଗା ହୋଇପାରେ । ଏହା ବ୍ୟତୀତ ଉଭୟ କମ୍ପାନୀ ୩୦-୪୦ ପ୍ରତିଶତ ଅଧିକ ତଥ୍ୟ ପ୍ରଦାନ କରିପାରିବେ, ଯାହାଫଳରେ ଲୋକମାନେ 5G ସର୍ଭିସ ଗ୍ରହଣ କରିବେ ଏବଂ ମାର୍କେଟ ସେୟାର ମଧ୍ୟ ବୃଦ୍ଧି ପାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.