Below header

ଅଟୋବାଲାଙ୍କୁ ସାହାଯ୍ୟ କରି ବଦାନ୍ୟତା ଦେଖାଇଲେ ପୋଲିସ, ଲୋକେ କହୁଛନ୍ତି ‘ହମାରା ସିଂହମ’

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସ ଯେଉଁଭଳି ଆକ୍ସନ ନେଇଛି, ତାହାକୁ ଆସି ସମଗ୍ର ଦେଶ ପ୍ରଶଂସା କରୁଛି। ଘଟଣା ଘଟିବାର ମାତ୍ର ୯ ଦିନରେ ୪ ଜଣ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟରରେ ମାରିଛି। ଯାହାକୁ ନେଇ ଏବେ କେବଳ ତେଲେଙ୍ଗାନା ପୋଲିସ ନୁହେଁ ସମଗ୍ର ଭାରତବର୍ଷର ପୋଲିସ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ। ପୋଲିସର ଏହି ସିଂହମ ଷ୍ଟାଇଲକୁ ଭାରତର ଜନସାଧାରଣ ଗ୍ରହଣ କରିଛନ୍ତି। ଏମିତିରେ ବାଙ୍ଗାଲୁରୁରେ ଜଣେ ପୋଲିସ କର୍ମଚାରୀଙ୍କ ଏପରି କିଛି କାର୍ଯ୍ୟ ସାମ୍ନାକୁ ଆସିଛି। ଯାହା ପାଇଁ ଏବେ ପୁଣି ପୋଲିସ ଚର୍ଚ୍ଚାରେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

11

ଏହି ଫଟୋରେ ବେଙ୍ଗାଲୁରୁ ସିଟି ପୋଲିସ ଟ୍ବିଟରରେ ସେୟାର କରିଛନ୍ତି। ଏହାର କ୍ୟାପସନରେ ଲେଖାଯାଇଛି, ‘ଫଟୋ, ଷ୍ଟୋରୀ ଔର ହାପି ଏଣ୍ଡିଂ’। ଫଟୋଟି ଇଣ୍ଟରନେଟରେ ଭାଇରାଲ ହେବା ପରେ ଲୋକେ ପୋଲିସକର୍ମୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। କିଏ ପୋଲିସକୁ ସଲାମ କରୁଥିବା ବେଳେ କିଏ ‘ହମାରା ସିଂହମ’ ବୋଲି କହୁଛନ୍ତି।

ଏହି ଫଟୋରେ ଜଣେ ଅଟୋ ଡ୍ରାଇଭରଙ୍କ ଅଟୋ ମଝି ରାସ୍ତାରେ ଖରାପ ହୋଇଯିବା ଯୋଗୁଁ ଅଟୋ ଚାଳକ ସହିତ ପୋଲିସ ଜଣକ ଅଟୋକୁ ଠେଲି ଠେଲି ଉଚିତ ସ୍ଥାନକୁ ନେଉଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଲୋକମାନଙ୍କ ମନକୁ ଛୁଇଁଯାଇଛି। ଏଥିପାଇଁ ଲୋକମାନେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସାରେ ପୋତିପକାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.