ଶସ୍ତା ରୁ ହିନସ୍ତା, ପିଆଜ କିଲୋ ପିଛା ୩୦ ଟଙ୍କା ଦରରେ ବିକୁଥିବା ନେଇ ଜଣେ କଂଗ୍ରେସ ନେତାଙ୍କୁ ଏମିତି ଶାସ୍ତି ଦେଲେ ବିଜେପି ସମର୍ଥକ

ଡେରାଡୁନ୍‌: ଡେରାଡୁନ୍‌ ନୈନିତାଲରେ ପିଆଜକୁ ନେଇ ହଙ୍ଗାମା ।  ପିଆଜ ଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଦିନ ଜଣେ କଂଗ୍ରେସ ନେତା ଶସ୍ତାରେ ପିଆଜ ବିକୁଥିଲେ । ଯାହାକୁ ଦେଖିବାପରେ ଉକ୍ତ କଂଗ୍ରେସ ନେତାଙ୍କର ଆଙ୍ଗୁଳିକୁ ଜଣେ ବିଜେପି ସମର୍ଥକ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମନୀଷ ବିସ୍ତ୍‌ ନାମକ ଜଣେ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି।

onionକିନ୍ତୁ ବିଜେପି କହିଛି କି, ଦଳ ସହ ସେହି ଲୋକର କୌଣସି ସମ୍ପର୍କ ନାହିଁ। ତେବେ ଉକ୍ତ କଂଗ୍ରେସ ନେତାଙ୍କ ଆଙ୍ଗୁଳି ଟିପ ଛିଡ଼ି ଯିବାରୁ ଦଳର ଅନ୍ୟ ସଦସ୍ୟମାନେ ପୋଲିସକୁ ଖବର ଦେଇଥିଲେ । ଏନେଇ ଜାଣିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଁଚି ଆକ୍ରମଣକାରୀକୁ ଗିରଫ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.