ଗୃହ ମନ୍ତ୍ରୀଙ୍କ ବିବାଦୀୟ ଭିଡିିଓ ଭାଇରାଲ, କହିଲେ ଏହି କାମ କରନ୍ତୁ ଯେତିକି ମାଗିବ ତା’ଠାରୁ ଅଧିକ ଟଙ୍କା ଦେବି

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭିଡିଓରେ ସେ ଯେଉଁବ୍ୟକ୍ତି କଂଗ୍ରେସ୍‌ରେ ସାମିଲ ହେବେ ତାଙ୍କୁ ଟଙ୍କା ଦେବେ ବୋଲି କହିଛନ୍ତି। ତେବେ ଜଣେ ମନ୍ତ୍ରୀ ସିଧାସଳଖ ଏଭଳି ଟଙ୍କା ଯାଚିବା ଘଟଣାକୁ ସହଜରେ ଲୋକମାନେ ଗ୍ରହଣ କରିପାରିନାହାନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଟ୍ଵିଟରରେ ଅନୁରାଗ ଦ୍ୱାରୀ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓରେ ଗୃହମନ୍ତ୍ରୀ ବାଲା ବଚ୍ଚନ କହୁଛନ୍ତି ଆପଣ ଯେଉଁ ରାଶି ମାଗୁଛନ୍ତି ତା’ଠାରୁ ଅଧିକ ଦେବି, କିନ୍ତୁ ତା’ପୂର୍ବରୁ କଂଗ୍ରେସରେ ଯୋଗ ଦିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ୫୦-୫୦ କୋଟିର ରାସ୍ତାକୁ ସ୍ୱୀକୃତି ପ୍ରଦାନ କରିଛୁ, ସେଥିରୁ ଅଧିକ ୬୦୦ରୁ ୭୦୦ ଖଣ୍ଡ ଭୋଟ୍‌ ମିଳିବ। ଜଲଗୌନଠାରେ ପାଟିଲ ସମାଜର ଏକ ବୈଠକରେ ସେ କହିଚନ୍ତି ଯେ, ଆମେ ମାଙ୍ଗଳିକ ଭବନ ଓ ମନ୍ଦିର ପାଇଁ ଟଙ୍କା ଦେଲୁ। ମନ୍ଦିରରେ ବସି ସମସ୍ତେ ଆମକୁ ଭୋଟ ଦେବେ ବୋଲି ପ୍ରତିଜ୍ଞ୍ୟା କଲେ, କିନ୍ତୁ ସମସ୍ତେ ଆମ ବିରୋଧରେ ଗଲେ।

ଏହାସହ ପଢ଼ନ୍ତୁ: ମୋବାଇଲ୍‌ ଛାଡ଼ି ବହି ପଢ଼ିବାକୁ ପ୍ରତିଷ୍ଠା ହେଲା ୮୧ଟି ଲାଇବ୍ରେରୀ, ୨୪ ଘଣ୍ଟା ରହିବ ଖୋଲା

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବାଲା ବଚ୍ଚନ ନିଜ ଭଉଣୀଙ୍କ ଯୋଗୁ ଚର୍ଚ୍ଚାରେ ରହିଥିଲେ। ତାଙ୍କ ବଡ଼ ଭଉଣୀ ତଥା ତତ୍କାଳୀନ ବାସାବୀ ଗ୍ରାମ ପଞ୍ଚାୟତ ସରପଞ୍ଚ ତାରାବାଇ ଏକ ଶୌଚାଳୟ ନିର୍ମାଣରେ ଦୁର୍ନୀତି କରିଥିବା ଅଭିଯୋଗରେ ଫସିଥିଲେ। ପରେ ତାହା ସତ ପ୍ରମାଣିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.